ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ତରଫରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ବିଆରସିସି ଭଗବାନ ମାଝୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଏବିଇଓ ସନ୍ତୋଷ କୁମାର ସାହୁ ଯୋଗ ଦେଇ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଝିଅ ମାନେ ସାମନା କରୁଥିବା ଲିଙ୍ଗଗତ ଅସମାନତା, ଶିକ୍ଷା,ସ୍ବାସ୍ଥ୍ୟ ଓ ଆଇନ ଗତ ଅଧିକାର, ତଥା ହିଂସା,ଅପରାଧ ଓ ଅପରିପକ୍ବ ବୟସରେ ବାଲ୍ୟ ବିବାହ ପରି କାର୍ଯ୍ୟ ବିରୁଦ୍ଧରେ ଏହା ଏକ ସଚେତନ ଦିବସ ବୋଲି କହିଥିଲେ। ପିରାମଲ୍ ଫାଉଣ୍ଡେସନ ର ସଂଯୋଜକ ହିତେଶ ଭାଲେରାଓ ଶିଶୁ କନ୍ୟା ମାନଙ୍କୁ ଶିକ୍ଷାଗତ ଅଧିକାର ଦେବା ସହ ବାଲ୍ୟ ବିବାହ ଓ ହିଂସାମୁକ୍ତ ସମାଜ ଗଠନରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କ ବରିଷ୍ଠ ଓ କନିଷ୍ଠ ବର୍ଗ ରେ ସଙ୍ଗୀତ,ନୃତ୍ୟ,ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଗାମୀ ୨୪ ତାରିଖ ରେ ନବରଙ୍ଗପୁର ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ଭାଗ ନେବେ ବୋଲି ଜଣା ପଡିଛି।ଜାତୀୟ ଶିଶୁ କନ୍ୟା ଦିବସରେ ବ୍ଲକ ର ୧୦୦ ରୁ ଉର୍ଦ୍ଧ ଛାତ୍ରୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ସିଆରସିସି ଗୁପ୍ତ ପ୍ରସାଦ ନାଗ ପରିଚାଳନା କରିଥିବା ବେଳେ ଏଥିରେ ସହଯୋଗ କରିଥିଲେ ସି ଆର ସି ସି ହେମେନ୍ଦ୍ର ବେହେରା,ଗୀତାଞ୍ଜଳି ବସ୍ତିଆ ଓ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ପରିଡ଼ା ।
Sign in
Sign in
Recover your password.
A password will be e-mailed to you.