ଓଡଗାଁ, ୨୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତ ପରିସରରେ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଓଡ଼ଗାଁ ଓକିଲ ସଂଘ ସଭା ଗୃହ ମଧ୍ୟରେ ଆଇନ ସେବା ପ୍ରାଧିକରଣର ସଚୀବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରlଜାଜ୍ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସଂପର୍କ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଓଡ଼ଗାଁ ଓକିଲ ସଂଘ ସଭା ଗୃହ ମଧ୍ୟରେ ରେ ଆଇନ ସେବା ପ୍ରାଧିକରଣର ସଚୀବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରlଜାଜ୍ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସଂପର୍କ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଓଡ଼ଗାଁ ଦେୱାନୀ (ବରିଷ୍ଠ) ଅଦାଲତର ବିଚାର ପତି ଜନ୍ମେଜୟ ଦାସ, ଓଡ଼ଗାଁ ଦେୱାନୀ (କନିଷ୍ଠ) ବିଭାଗ ଅଦାଲତର ବିଚାର ପତି ହରମୋହନ ଦାଶ, ଓଡ଼ଗାଁ ଓକିଲ ସଂଘ ସଭାପତି ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ, ସମ୍ପାଦକ ବିଭୂତି ରାଉତ, ଅତିରିକ୍ତ ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର, ବରିଷ୍ଠ ଆଇନଜୀବି ପବିତ୍ର ମୋହନ ସାହୁ, ସୁଶାନ୍ତ କୁମାର ମିଶ୍ର ଓ ଅନ୍ୟ ଆଇନଜୀବୀଙ୍କ ସହିତ ଓଡ଼ଗାଁ ଓ ଶରଣକୁଳ ଥାନାର ପୋଲିସ ଅଧିକାରୀ ମାନେ ଯୋଗ ଦେଇ ଥିଲେ। ବକ୍ତା ମାନେ ସମାଜରେ ସମ୍ବିଧାନ ଓ ଗଣତନ୍ତ୍ରକୁ ମଜବୁତ୍ କରିବାକୁ ହେଲେ ପ୍ରତ୍ୟେକ ନାଗରିକ ସମାଜ ପାଇଁ ସେମାନଙ୍କ କର୍ତ୍ତବ୍ୟ ଠିକଣା ଭାବରେ ନିର୍ବାହ କରିବା ସଙ୍ଗେ ସଙ୍ଗେ ଆଇନ ଗତ ଦିଗ ସଂପର୍କ ରେ ନିଜସ୍ଵ ମତ ରଖି ଥିଲେ। ଉକ୍ତ ସଭାକୁ ଓଡ଼ଗାଁ ଆଇନ ସେବା ପ୍ରାଧିକରଣର ସଂଯୋଜିକା ଶ୍ରଦ୍ଧାଞ୍ଜଳି ରଥ ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.