ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ୨୦୨୪-୨୫ ଖରିଫ ବର୍ଷରେ ଜିଲ୍ଲାର ୪୫ ଗୋଟି ମଣ୍ଡି ଖୋଲାଯାଇଛି।
ଚାଷୀଙ୍କ ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦର ଅନୁସାରେ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନ୍ ପୁଟ ସହାୟତା ସହିତ ସମୁଦାୟ ୩୧୦୦/- ଟଙ୍କା ପ୍ରଦାନ କରାଯିବ। ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି କେନ୍ଦ୍ରରୁ ଧାନ କିଣାଯାଉଛି। ଆଜି (ବୁଧବାର) ସୁଦ୍ଧା ଜିଲ୍ଲାରେ ୭୭ ହଜାର କ୍ଵିଣ୍ଟାଲ ଧାନ କିଣାଯାଇଛି। ଜିଲ୍ଲାରେ ୨ ଲକ୍ଷ ୧୨ ହଜାର ୨୧୨ କ୍ଵିଣ୍ଟାଲ ଧାନ କିଣାର ଟାର୍ଗେଟ ବଣ୍ଟା ହୋଇ ସରିଛି। ଯାହାକି ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୮୯ ହଜାର ୯୮୫ କ୍ଵିଣ୍ଟାଲ ଧାନ କିଣାଯିବାର ଲକ୍ଷ ରଖାଯାଇଛି। ଧାନ କ୍ରୟ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଅଛି , ଏଣୁ ଚାଷୀ ଭାଇଭଉଣୀ ମାନେ ଏଥିପ୍ରତି ବ୍ୟସ୍ତ ବିବ୍ରତ ନହେବା ପାଇଁ ଅନୁରୋଧ କରାଯାଉଛି ।
ଜିଲ୍ଲାରେ ଆସନ୍ତା ମାର୍ଚ୍ଚ ମାସ ୩୧ ପର୍ଯ୍ୟନ୍ତ ଧାନ ବିକ୍ରୟ କରିବା ପାଇଁ ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ଅନୁରୋଧ କରାଯାଉଛି । ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାରେ ୧୫ ହଜାର ୪୯୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଧାନ କ୍ରୟ କରିବା ୨୪ ଘଣ୍ଟା ପରେ ଡାଇରେକ୍ଟ ନିଜ ବ୍ୟାଙ୍କ ଖାତାକୁ ପଇସା ଜମା କରାଯିବ ବୋଲି ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଜଣାଇଛନ୍ତି।
ଏହି ସମ୍ପର୍କରେ ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସଚେତନତା କରାଯାଉଅଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ସୂଚନା ଦେଇଛନ୍ତି । ଯଦି କୌଣସି ଚାଷୀର ଆପତ୍ତି ଅଭିଯୋଗ ରହିଥିଲେ ୧୯୬୭ ନମ୍ୱର କୁ ଯୋଗାଯୋଗ କରି ସଂପୂର୍ଣ୍ଣ ସହାୟତା ପାଇପାରିବେ ବୋଲି ମଧ୍ୟ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.