ଓଡ଼ଗାଁ ଓ୍ବାଟର ଶେଡ୍ ଯାତ୍ରା ୨୦୨୫, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଉପରେ ଗୁରୁତ୍ୱ

0

ଓଡ଼ଗାଁ,୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ୍ବାଟରଶେଡ୍ ସଚେତନତା ଯାତ୍ରା ୨୦୨୫ ବାଣ୍ଠପୁର ପଞ୍ଚାୟତ ଧବଳେଇ ପଡ଼ିଆ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାଳିଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ଉତ୍ସବରେ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ କୃଷି ଜଳସିଞ୍ଚନ ଯୋଜନା ଦ୍ବାରା ଚାଷୀମାନେ କିପରି ଲାଭବାନ ହୁଅନ୍ତି, ଅଳ୍ପ ଜମି , ଅଳ୍ପ ପାଣି ବ୍ୟବହାର କରି ଅଧିକ ଉତ୍ପାଦନ ପ୍ରକ୍ରିୟା ସଂମ୍ପର୍କରେ ଆଲୋଚନା କରିଥିଲେ । ଏବଂ ଆଜି ଏଇ ମୂହୁର୍ତ୍ତରୁ ଏହି ଉପକ୍ରମ ଆରମ୍ଭ ହେଉ, ଯାହାଫଳରେ ବର୍ଷେରୁ ଦୁଇବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ମନକିବାତରେ ଓଡ଼ଗାଁର ଚାଷୀଙ୍କ କୃତିତ୍ୱ ସ୍ଥାନ ପାଇବ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର ଜଳର ଆବଶ୍ୟକତା ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । କୃଷି ବୈଜ୍ଞାନିକ ଧୁର୍ବଚରଣ ସାହୁ ଏବଂ ଜିଲ୍ଲା କୃଷି ଅଧିକାରୀ ସୁମନ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳ ସିଂଚନ ପ୍ରଣାଳୀର ବୈଜ୍ଞାନିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଋତୁ ପରିବର୍ତ୍ତନ ଅନୁସାରେ ନିୟମିତ ଫସଲ ଓ ନିୟମିତ ଉତ୍ପାଦନ କିିପରି ହେବ ତଥ୍ୟ ଆଧାରରେ ପ୍ରମାଣ ରଖିଥିଲେ । ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଗୈାଡପୁଟ ସରପଞ୍ଚ ଅତିଥି ଯୋଗଦେଇ କୃଷକ ମାନଙ୍କୁ ସୈନିକ ମାନଙ୍କ ସହିତ ତୁଳନା କରିଥିଲେ । ଏହି ଅବସରରେ ଧବଳେଇ ଠାରେ ସାଂସଦ ସମ୍ବିତ ପାତ୍ର ବର୍ଷାଜଳ ପରିଚାଳନା ବନ୍ଧର ଲୋକାର୍ପଣ ଓ କ୍ଷେତ ପୋଖରୀର ଶୁଭ ଉଦ୍ଘାଟନ କରିଥିଲେ । ସେହିପରି ବନ୍ଧସାହି ଠାରେ ଭ୍ୟାନ ଯାତ୍ରା ଓ ପଥପ୍ରାନ୍ତ ନାଟକ ପ୍ରଦର୍ଶନ ସହିତ ଅମୃତ ସରବୋରର ଲୋକାର୍ପଣ ଏବଂ ଫିଡର ଚ୍ୟାନେଲର ଉଦଘାଟନ କରିଥିଲେ । ମୃତିକା କ୍ଷୟ ଓ ତାହାର ସଂରକ୍ଷଣ ଶିର୍ଷକ ବକୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୫ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ୭ ଅଣୁ ଜଳ ବିଭାଜିକା ଗୋଷ୍ଠୀର ସଭାପତି ୨ ଜଣ ସଫଳ ଚାଷୀ, ୨ ଜଣ ଓ୍ବାଟର ଶେଡ୍ ଯୋଦ୍ଧାଙ୍କୁ ଉପଢୈ।କନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ଗାଁ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ମଧୁସ୍ମିତା ବେହେରା, କୃଷିଯନ୍ତ୍ରୀ ମିହିର ଚରଣ ପାତ୍ର, ଦୀପକ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଗଣେଶ୍ୱର ସାହୁ ମଞ୍ଚ ସଂଯୋଜ କରିଥିଲେ ।

Leave A Reply

Your email address will not be published.