ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ଆଞ୍ଚଳିକ ସାଧନ କେନ୍ଦ୍ର ଗୁଡିକରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଅଷ୍ଟମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅଷ୍ଟମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକକୁ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାସ,ଶାନ୍ତିଲତା ବେହେରା ଏବଂ ସୁଚରିତା ଗୌଡ଼ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିଲେ I ବୈଠକରେ ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଲିଙ୍ଗରାଜ ସେଠୀ, ଶିଶିର କୁମାର ସ୍ୱାଇଁ,ଗଙ୍ଗାଧର ସ୍ଵାଇଁ, ଶୀତଳ ପ୍ରସାଦ ଜେନା, ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଗୌଡ଼,ଶାନ୍ତିଲତା ବେହେରା,ସସ୍ମିତା ରାଣୀ ଦାସ,ସହକାରୀ ଶିକ୍ଷକ ମନୋରଞ୍ଜନ ବିଷୋୟୀ,ଦାଶରଥି ସେଠୀ,ଜଗନ୍ନାଥ ପାଇକ,ପରମାନନ୍ଦ ନାୟକ,ଝାପଲ ମାରାଣ୍ଡି, ଶିକ୍ଷୟିତ୍ରୀ ସିପ୍ରାସିନ୍ଧୁ ସ୍ୱାଇଁ,ଆରତୀ ପାତ୍ର,ପୁଷ୍ପାଞ୍ଜଳି ପାଢୀ,ସାନୁଜା ନାୟକ,ସୁନେଲି ସ୍ୱାଇଁ, ସୁଚିତ୍ରା ମହାନ୍ତି, ସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକରେ ବିଦ୍ୟାଳୟ ମନିଟରିଂ,ମୌଳିକ ସାକ୍ଷରତା ଜ୍ଞାନ ଓ ମୌଳିକ ସଂଖ୍ୟାଜ୍ଞାନ,ଏକାଡେମିକ୍ କ୍ୟାଲେଣ୍ଡର୍ ,ମାନ ନିର୍ଦ୍ଧାରଣ ଟ୍ରାକର୍,ନିପୁଣ ମେଳା ସମ୍ପର୍କରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ସନିତ୍ କୁମାର ଜେନା ଆକୁଳ ସାହୁ,ସତ୍ୟ ନାରାୟଣ ପ୍ରଧାନ,ଶିବରାମ ମହାନ୍ତି, ପ୍ରକାଶ ଗୌଡ଼, ନାରାୟଣ ସାହୁ, ପିଙ୍କି ଦଳେଇ,ଦୀପା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର, ଏନ୍.ପି.ଶାସନ,ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି, ତନରଡା,ମଙ୍ଗଳପୁର,ଆମ୍ବପୁଆ କ୍ଳଷ୍ଟର୍ ରେ ସିଆରସିସି ଛାୟାକାନ୍ତ ମହାପାତ୍ର,ସୁକାନ୍ତ ନାୟକ ,ହରେକୃଷ୍ଣ ଶତପଥି, ସୁଧୀର କୁମାର ତ୍ରିପାଠି ,ଅନନ୍ତ ସେଠୀ, କାଳୁ ଚରଣ ଗୌଡ଼,ମନୋଜ ପଟ୍ଟନାୟକ,ରଞ୍ଜିତ୍ ସାହୁ,ପ୍ରଶାନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଅଷ୍ଟମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.