ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ.ଏସ୍.ଆର୍.ଡି “ସଖୀ” ୱାନ ଷ୍ଟପ ସେଣ୍ଟର , ଗଜପତି ତରଫରୁ ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ – ୨୦୨୫ ରାୟଗଡ଼ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ କେରାଣ୍ଡି ପଞ୍ଚାୟତ କାର୍ଯ୍ଯାଳୟଠାରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଆଇ.ଏସ୍.ଆର୍.ଡି “ସଖୀ” ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅତିଥିମାନାଙ୍କୁ ସ୍ଵାଗତ ଜଣାଇଥିଲେ।
ଆଇ.ଏସ୍.ଆର୍.ଡି ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ଏହି କାର୍ଯକ୍ରମଟିକୁ ଅଧ୍ୟକ୍ଷତା ଏବଂ ମଞ୍ଚ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମଟିକୁ ଆଗକୁ ବଢେଇ ଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଜନ ଗଣ ମନ ପରିବେଷଣ କରାଯାଇଥିଲା।
ସମ୍ମାନୀତ ଅତିଥି ଭାବରେ ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏହି ଦିବସ ପାଳନ ର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଏହି ଦିବସ ପାଳନ ର ଲକ୍ଷ ଏବଂ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିବା ସହ ଶିକ୍ଷା କ୍ଷେତ୍ରରେ ବାଳିକା ମାନେ ଆଗକୁ ଗଲେ ଯାଇ ରାଷ୍ଟ୍ର ଆଗକୁ ଯାଇପାରିବ ଏହି ବିଷୟରେ ବହୁ ଉଦାହରଣ ମାଧ୍ୟମରେ ବୁଝାଇଥିଲେ।
ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲାପରିଷଦ , ଗଜପତି , ଡ଼. ଗୁଣନିଧି ନାୟକ ନାରୀ ସମାଜ ଆଗକୁ ଯିବାକୁ ହେଲେ ଶିକ୍ଷ୍ୟା ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ସେହି ବିଷୟରେ ବୁଝାଇବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ବାଳିକା ମାନଙ୍କୁ ଶିକ୍ଷା , ସ୍ୱାସ୍ଥ୍ୟ ଏବଂ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତଙ୍କର ପ୍ରଚେଷ୍ଠା ରହିବା ଆବଶ୍ୟକ ବୋଲି କହିବା ସହ ଗୋଟିଏ ପୁଅ ଶିକ୍ଷିତ ହେଲେ ଜଣେ ବ୍ୟକ୍ତି ଶିକ୍ଷିତ ହୋଇପାରିବ କିନ୍ତୁ ଜଣେ ନାରୀ ଶିକ୍ଷିତ ହେଲେ ଯାଇ ପୁରା ପରିବାର ଶିକ୍ଷିତ ହୋଇପାରିବ ବୋଲି କବିତା ଏବଂ ଗପ ମାଧ୍ୟମରେ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ଗଜପତି ଯୋଗଦେଇ “ଶିଖୀତ ନାରୀ ହି ଦେଶର ଶିରୀ ବୋଲି ବୁଝାଇବା ସହ ଏହି ଜିଲ୍ଲାରେ ମହିଳା ଓ ବାଳିକା ମାନଙ୍କ ପ୍ରତି ଘଟୁଥିବା ହିଂସା ବିଷୟରେ ଅବଗତ କରାଇବା ସହ ତାହାକୁ କିପରି ରୋକାଯାଇ ପାରିବ ସେହି ବିଷୟରେ ଅବଗତ କାରାଇଥିଲେ।
ଏହି ଦିବସ ପାଳନ ଅବସରରେ କେରାଣ୍ଡି ଗ୍ରାମ ପଞ୍ଚାୟତକୁ ମହିଳା ହିଂସା ମୁକ୍ତ ଗ୍ରାମ ପଞ୍ଚାୟତ କରିବା ଉଦ୍ଦେଶ୍ୟ ନେଇ ଏକ ଶପଥପାଠ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା। ଏହି ଦିବସ ଅବସରରେ କେରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ଓୟା ଉଚ୍ଚ ବିଦ୍ୟାଳୟ ଏବଂ ଓୟା AWW centre ଠାରେ କିଶୋରୀ ବାଳିକା ମାନଙ୍କୁ ନେଇ ୧୮-୧-୨୦୨୫ ତାରିଖ ଦିନ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ସଂଗୀତ ଓ ବକୃତା ପ୍ରତିଯୋଗୀତା କରାଯାଇଥିଲା। କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଏହି ଦିବସରେ ପୁରସ୍କାର ବିତରଣ କରାଯାଇଥିଲା।
ଆଜିର ଏହି ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ ପାଳନ ରେ ଜିଲ୍ଲାର ସମସ୍ତ ଅଧିକାରୀ , ରାୟଗଡ଼ ବ୍ଲକ ର ବ୍ଲକ ଚେୟାରମ୍ଯାନ ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ , ବିଡ଼ିଓ ଶ୍ରୀ ତଥା ସମସ୍ତ ବ୍ଲକ ଅଧିକାରୀ ଏବଂ କେରାଣ୍ଡି ଗ୍ରାମ ପଞ୍ଚାୟତର ସମସ୍ତ ଅଧିକାରୀ , SHG ମହିଳା , AWW , ASHA , CRP , MBK , କେରାଣ୍ଡି ଗ୍ରାମପଞ୍ଚାୟତର ଗ୍ରାମବାସୀ , କିଶୋରୀ ବାଳିକା ତଥା ଆଇ ଏସ୍ ଆର୍ ଡ଼ି
ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା , ମୋହିନୀ ପ୍ରଧାନ , ମଧୁସ୍ମିତା ପାଢୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର , ନିରୁପମା ରାଉଳ , ଏନ୍. ଉଷା , ଦିବ୍ୟ କୁମାର ସୁଆର ଏବଂ ଆଇ ଏସ ଆର ଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ପରିଶେଷରେ ଆଇ ଏସ୍ ଆର୍ ଡ଼ି “ସଖୀ” ୱାନ ଷ୍ଟପ ସେଣ୍ଟର ର ଆଇନ ପରାମର୍ଶ ଦାତା ଶ୍ରୀ ନାଗେଶ୍ଵର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.