ଶିକ୍ଷକ ଅମିନ ସୁନା ଙ୍କ ବିୟୋଗରେ ଶୋକସଭା

0

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): :ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ପଂଚାୟତ ର କାଇସକ ହେଁନ୍ଦା ନିବାସୀ ଅମିନ ସୁନା ଙ୍କ ଆଜି ପରଲୋକ ହୋଇଯାଇଛି l ସେ ଶ୍ୱାସ ଓ ରକ୍ତଚାପ ଜନିତ ସମସ୍ୟା ରେ ପୀଡିତ ଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହେଉଥିଲା l ତାଙ୍କ ଦୁଇ ପୁଅ ନରେନ୍ଦ୍ର ସୁନା,ଶୈଳେନ୍ଦ୍ରସୁନା , ଦୁଇ ଝିଅ ଲକ୍ଷ୍ମୀ ସୁନା,କଳ୍ପନା ସୁନା, ସ୍ତ୍ରୀ ସୁବାସିନୀ ସୁନା ଉପସ୍ଥିତ ଥିଲେ l ଶାବଧାର ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ କାଇସକନ୍ଦା ଗ୍ରାମବାସୀ ଯୋଗଦେଇ ସ୍ଥାନୀୟ ସ୍ମଶାନ ଘାଟ ରେ ଶବଦାହ କରାଯାଇଥିଲା l ସେ ଅନ୍ଧାରିବାଞ୍ଜି କ୍ଲଷ୍ଟର ଅନ୍ତର୍ଗତ ତେଲିଟିକିରା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିଲେ l

ତାଙ୍କ ବିୟୋଗରେ ସମଗ୍ର ଡୁଙ୍ଗୁରିପାଲି ଅଂଚଳରେ ଶୋକ ର ଛାୟା ଖେଳିଯାଇଛି l ଏହି ଅବସରରେ ତାଙ୍କ କାର୍ଯ୍ୟକ୍ଷେତ୍ର ତେଲିଟିକିରା ପ୍ରାଥମିକ ବିଦ୍ୟାଳୟ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସିଆରସିସି ଚିତ୍ତରଞ୍ଜନ ଠାକୁର, ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ,ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ସାହୁ, ବିନୋଦବିହାରୀ ଦ୍ଵାରୀ, କୈଳାଶଚନ୍ଦ୍ର ରଣା,ବୃନ୍ଦାବନ ସାହୁ, ଉତ୍କଳ ସାହୁ, ହୃଷିକେଶ ବରିହା, ବସୁଦେବ ସୁନା, ଜିତେନ୍ଦ୍ରୀୟ ସେଠୀ,ଅନନ୍ତ ଜଗଦଳା,ଶିକ୍ଷକ ରାଜକେତନ ସୁନା,ସୁରେନ୍ଦ୍ର ବେହେରା,ଅନିଲକୁମାର ଭୋଇ, ଅଙ୍ଗନୱାଡି କର୍ମୀ ଜୟନ୍ତୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ସଭ୍ୟା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ବର୍ଗତ ଶିକ୍ଷକ ଅମିନ ସୁନା ଙ୍କ ସ୍ମୃତିଚାରଣ କରିଥିଲେ l

Leave A Reply

Your email address will not be published.