୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

0

ରାୟଗଡ:  ରାୟଗଡ ସହର ସ୍ଥିତ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟ କାର୍ଯ୍ୟାଳୟରେ ସାଇପ୍ରିୟା ନଗର ନିକଟ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୭୬ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା l ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଶ୍ରୀମତୀ ସସ୍ମିତା ମହାନ୍ତି ଯୋଗଦେଇ ସାଧାରଣତନ୍ତ୍ର କାହିଁକି ପାଳନ କରାଯାଏ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରେ ଉପସ୍ଥାପନ କରିଥିଲେ l ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏହି ପ୍ରତିଯୋଗିତାରେ ଛାତ୍ରୀ ଦୀକ୍ଷିତା ଭଲ୍କି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗାୟତ୍ରୀ କୁମ୍ଭାର ଦ୍ଵିତୀୟ ଓ ଛାତ୍ରୀ ସୁଜାତା ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ l ନିମନ୍ତ୍ରିତ ଅତିଥିଙ୍କ ଦ୍ୱାର କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵନ୍ତନା ମୂଳକ ପୁରସ୍କାର ବିତରଣ କରାଯାଇଥିଲା l ଏହିଅ ବସରରେ ଟ୍ରଷ୍ଟର ସଭ୍ୟ ଟି . ଏନ .ରାଓ ,ମହାଶ୍ୱେତା ପାଣିଗ୍ରାହୀ ,ଅରୁଣ କୁମାର ସାହୁ ଯୋଗଦେଇ ପରିଚାଳନା କରିଥିଲେ ।

Leave A Reply

Your email address will not be published.