ଆତ୍ମସୁରକ୍ଷା କୌଶଳ କୁ ଏକ ଆନ୍ଦୋଳନ ରେ ପରିଣତ କରିବାକୁ ଆହ୍ୱାନ

0 1

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧ ରେ ଆଠ ଦିନଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ବରିଷ୍ଠ ଅଧ୍ୟାପକ ତେଜେଶ୍ୱର ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆତ୍ମସୁରକ୍ଷା ସଂଯୋଜକ ମଧୁସୂଦନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀମାନେ ଆତ୍ମସୁରକ୍ଷା କୋୖଶଳ ଶିଖିବାର ଆବଶ୍ୟକତା ବିଷୟରେ ଆଲୋକପାତ କରିବା ସହ ଏହାକୁ ସମସ୍ତ ମହିଳା ଙ୍କ ନିକଟରେ ପହଞ୍ଚାଇବା ର ଆନ୍ଦୋଳନ ରେ ପରିଣତ କରିବାର ଆବଶ୍ୟକତା ରହିଛି ବୋଲି ଆହ୍ୱାନ ଦେଇଥିଲେ l ଯେତେବେଳେ ଜଣେ ମହିଳା ନିର୍ଭୟ ରେ ଯାତାୟାତ କରିପାରିବ ସେତେବେଳେ ଜାତିରପିତା ମହାତ୍ମା ଗାନ୍ଧୀ ଙ୍କ ସ୍ବପ୍ନ ସାକାର ହୋଇପାରିବ l ସମସ୍ତ ନାରୀ ଆତ୍ମସୁରକ୍ଷା କୌଶଳ ଶିଖିପାରିଲେ ସମାଜ ର ଉନ୍ନତି ରେ କେହି ବାଧା ଦେଇପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ l କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ଦିଲୀପକୁମାର ଭୋଇ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟଜ୍ଞାପନ କରିଥିଲେ l ଅଧ୍ୟାପକ ଲୋକେଶ୍ୱର ବିଶି, ଗଙ୍ଗାଧର ପଧାନ, ସ୍ଥାନୀୟ ସିଆରସିସି ନରେନ୍ଦ୍ରକୁମାର ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରମାଣପତ୍ର ବିତରଣ କରିଥିଲେ l ଶାରୀରିକ ଶିକ୍ଷକ ବନ୍ଦୋବସ୍ତ ସାହୁ,ତଥ୍ୟପରିଚାଳକ ମଧୁସୂଦନ ଭୋଇ , ଲକ୍ଷ୍ମୀନ୍ଦ୍ର ଭୋଇ, ଗୌରାଙ୍ଗଚରଣ ସାହୁ,ବଣ୍ଟି ବିଶ୍ୱାଳ ସହଯୋଗ କରିଥିଲେ । ମୁଖ୍ୟ ତାଲିମଦାତା ପ୍ରଣତୀ ପଧାନ ଓ ନିକିତା ମହାଣା ଛାତ୍ରୀମାନଙ୍କୁ ଆତ୍ମରକ୍ଷା ର ବିଭିନ୍ନ କୌଶଳ ଉପରେ ତାଲିମ ଦେଇଥିଲେ l ଶେଷରେ ଅଧ୍ୟାପକ ସୀତାରାମ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.