ଚିଟିଙ୍ଗ ଘାଟିରେ ପିକଅପ୍ ଭ୍ୟାନ ଦୁର୍ଘଟଣାର ମୃତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ରୁ ତିନି ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା

0 1

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚିଟିଙ୍ଗ ଘାଟିରେ ଗତ ତା ୧୧.୧୨.୨୦୨୪ ରିଖ ଦିନ ଏକ ପିକ୍ ଅପ୍ ଭ୍ୟାନ ଓଲଟିବାରୁ ସମୁଦାୟ ୯ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜଣକ ପିଛା ତିନି ଲକ୍ଷ ହିସାବରେ ୯ ଜଣଙ୍କୁ ସମୁଦାୟ ୨୭ ଲକ୍ଷ ଟଙ୍କା କ୍ଷତପୂରଣ ବାବଦ କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଏହି ରାଶି ପ୍ରଦାନ ପାଇଁ ଗଜପତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହି ନେଇ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ସୂଚନାଦେଇଛନ୍ତି।

Leave A Reply

Your email address will not be published.