ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ନିକଟସ୍ଥ କୁମାରଶୁଣି ପିଠ ଠାରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରାୟ 100 ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଥମେ ମା କୁମାର ଶୁଣି ଙ୍କୁ ପ୍ରର୍ଥନା ପରେ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଖେଳ ଖେଳାଯାଇଥିଲା। ବାନବିହାର କାର୍ଯ୍ୟକ୍ରମ ପାଳନ କରାଯିବା ର ଉପାଦେୟତା ବିଷୟ ନେଇ ଅନୁଷ୍ଠାନ ର ସମ୍ପାଦକ ମାଧବ ଚନ୍ଦ୍ର ଆପଟ ଉପସ୍ଥିତ ଶିଶୁ ଓ ଅଭିଭାବକ ତଥା ପରିଚାଳନା ସଦସ୍ୟ ମାନଙ୍କୁ ବୁଝାଇ ଥିଲେ। ଆଗାମୀ ଦିନ ରେ ଏହି କାର୍ଯ୍ୟକ୍ରମ କୁ ଅଧିକ ରୁ ଅଧିକ ସୁନ୍ଦର ଓ ମନୋରମ କରାଯିବାକୁ ଧ୍ୟାନ ଦିଆଯିବ ବୋଲି ଅନୁଷ୍ଠାନ ର ଟ୍ରଷ୍ଟ୍ରୀ ରଶ୍ମିତା ଆପଟ ପ୍ରକାଶ କରିଥିଲେ। ଶେଷ ରେ ସମସ୍ତ ଶିଶୁ ଓ ଅଭିଭାବକ ପ୍ରସାଦ ସେବନ କରିଥିଲେ।ଗୁରୁମା ସୁଲୋଚନା, ରାଜଲକ୍ଷ୍ମୀ, ଦୀପା, ପୂଜା, ରଶ୍ମିତା ପ୍ରମୁଖ କାର୍ଯ୍ୟକ୍ରମା ପରିଚାଳନା ରେ ସହଯୋଗ କରିଥଲେ। ଗୁରୁଜୀ ରଜେଶ୍ୱର୍ ଆପଟ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.