ଘୁମୁସର ବନଖଣ୍ଡରୁ ବାଲୁଖଣ୍ଡ ଅଭୟାରଣ୍ୟକୁ ଗଲେ ଚାରି କୃଷ୍ଣସାର ମୃଗ

0 2

 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କୃଷ୍ଣସାର ମୃଗ ପାଇଁ ପ୍ରସିଦ୍ଧି ଲାଭ କରିଛି ଗଞ୍ଜାମ ଜିଲ୍ଲାର ଉଭୟ ଦକ୍ଷିଣ ଏବଂ ଉତ୍ତର ଘୁମୁସର ବନଖଣ୍ଡ I ବର୍ତ୍ତମାନ ରାଜ୍ୟରେ ଅନ୍ୟାନ୍ୟ ଅଭୟାରଣ୍ୟରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃ୍ଦ୍ଧି ଉଦ୍ଦେଶ୍ୟରେ ଏହି ବନଖଣ୍ଡ ଗୁଡିକରୁ କୃଷ୍ଣସାର ମୃଗକୁ ପଠାଯାଉଛି I ପୂର୍ବରୁ କିଛି ମୃଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଇଥିବା ବେଳେ ଆଜି ପୁଣି ଥରେ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ବେଲଗୁଣ୍ଠା ସେକ୍ସନ୍ ପକ୍ଷରୁ ଚାରୋଟି କୃଷ୍ଣସାର ମୃଗକୁ ବାଲୁଖଣ୍ଡ ଅଭୟାରଣ୍ୟକୁ ପଠାଯାଇଛି I ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଏକ ସ୍ଵତନ୍ତ୍ର ଗାଡ଼ିରେ ମୃଗ ଗୁଡ଼ିକୁ ବାଲୁଖଣ୍ଡ ଅଭୟାରଣ୍ୟକୁ ପଠାଯାଇଛି I ଆଜିର କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ସେକ୍ସନ ବନପାଳ ଜି ଭେଙ୍କଟ ରାଓ ଦୋରା ପରିଚାଳନା କରିଥିବାବେଳେ ଏସିଏଫ୍ ରଶ୍ମି ରଞ୍ଜନ ସ୍ୱାଇଁ, ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ସୁଜାତା ପଣ୍ଡା, ବନରକ୍ଷୀ ଶ୍ରୀମନ୍ ପ୍ରଧାନ ଉପସ୍ଥିତ ଥିଲେ I ପ୍ରକାଶ ଥାଉକି ରାଜ୍ୟରେ ଘୁମୁସର ବନଖଣ୍ଡ ବ୍ୟତୀତ ଅନ୍ୟ ଅଞ୍ଚଳରେ କୃଷ୍ଣସାର ମୃଗ ଦେଖିବାକୁ ମିଳୁନଥିବା ବେଳେ ବନ ବିଭାଗର ଏହି ନିଷ୍ପତି ରାଜ୍ୟରେ କୃଷ୍ଣସାର ମୃଗର ବଂଶ ବୃଦ୍ଧିରେ ସହାୟକ ହେବାର ନିଶ୍ଚିତ ସମ୍ଭାବନା ଥିବାରୁ ପରିବେଶପ୍ରେମୀ ମାନେ ବନବିଭାଗର ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି I

Leave A Reply

Your email address will not be published.