ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବଣିକ ସଂଘର 2025/26 ବର୍ଷ ପାଇଁ ନୁତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସର୍ବସମ୍ମତି କ୍ରମେ ଗତ ବର୍ଷର କର୍ମକର୍ତ୍ତା ମଣ୍ଡଳୀଙ୍କୁ କାଏମ୍ ରଖାଯାଇଛି I ଏହି ଅବସରରେ ସଭାପତି ରୂପେ ସନତ୍ କୁମାର ସୁବୁଦ୍ଧି,ଉପସଭାପତି ରୂପେ ସୂର୍ଯ୍ୟନାରାୟଣ ତ୍ରୀପାଠୀ, ସମ୍ପାଦକ ସୁଦାମ କୁମାର ତ୍ରୀପାଠୀ,ସହସମ୍ପାଦକ ରୂପେ ସନ୍ତୋଷ କୁମାର ମହାରଣା, କୋଷାଧ୍ୟକ୍ଷ ଗୁଣ୍ଡିଚା କୁମାର ବେହେରା, ଉପଦେଷ୍ଟା ରୂପେ ପ୍ରଶାନ୍ତ ସାହୁ ନିଜ ନିଜର ପୂର୍ବ ପଦବୀ ବଜାୟ ରଖିଛନ୍ତି I ବୈଠକରେ ଗ୍ରାହକଙ୍କ ସହିତ ଉତ୍ତମ ଆଚ଼ରଣ,ଠକେଇ ଓ କଳା ବଜାରୀ ରୋକିବା ଏବଂ ପଲିଥିନ୍ ବ୍ୟବହାରକୁ ନିଷେଧ କରି ସହରରେ ସ୍ଵଚ୍ଛତା ବଜାୟ ରଖିବା ଉପରେ ଆଲୋଚନା କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.