ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

0 2

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଡ଼ଃ ସଂଯୁକ୍ତା ପଣ୍ଡାଙ୍କ ସଭାପତିତ୍ୱରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ବିପିନ ବିହାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଭି. ଦେବୀପ୍ରସାଦ ପାତ୍ର ଯୋଗଦେଇ ଉତ୍ତମ କୌଶଳ ଲାଭ କରିଥିବା ଛାତ୍ରୀମାନଙ୍କୁ ପଦକ ଦେଇ ସମ୍ମାନିତ କରିଥିଲେ। ପ୍ରଶିକ୍ଷିକା ସୁଶ୍ରୀ ଇତିଶ୍ରୀ ସ୍ୱାଇଁ ଛାତ୍ରୀ ମାନଙ୍କୁ ଉଚ୍ଚ କୋଟିର ପ୍ରଶିକ୍ଷଣ ଦେଇଥିବାରୁ ଅତିଥି ମାନଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ମାନିତ ହୋଇଥିଲେ। ଅନୁଷ୍ଠାନର ବରିଷ୍ଠ କିରାଣୀ ପ୍ରମୋଦ କୁମାର ପ୍ରଧାନ ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ଶିବିରରେ ପ୍ରାୟ ଏକଶହ ରୁ ଉର୍ଦ୍ଧ ଛାତ୍ରୀ ପ୍ରଶିକ୍ଷଣରେ ଯୋଗଦେଇଥିଲେ। ସଂଯୋଜିକା ଡ଼ି. କୁମାରୀ ସଂଗୀତା ବିନ୍ଧାଣିରା ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ। ପ୍ରମିଳା ଶିଅ, ଶତ୍ରୁଘ୍ନ ବିଷୋୟୀ, ରୁବିନା ପରିଡା, ମୁରଲୀଧର ପାତ୍ର, ରାଜେନ୍ଦ୍ର ନାରାୟଣ ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଶେଷରେ ସଂଯୋଜିକା ଶ୍ରୀମତୀ ବିନ୍ଧାଣିରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.