ଭବାନୀପାଟନା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଆଜି ଜନସେବା ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ 80 ବର୍ଷ ରୁ ଉର୍ଦ୍ଧ ଏବଂ 80 ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇ ଯାଇ ଅଛି | ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ସୁଧୀର ରଞ୍ଜନ ପଟଯୋଶୀ, ବିଧାୟକ, ଧର୍ମଗଡ଼ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ଜ଼ିଲ୍ଲା ପରିଷଦ, ଦୟାମୟ ପାଢ଼ୀ , ଉପ ଜ଼ିଲ୍ଲାପାଳ ପ୍ରଭାତ କୁମାର ପରିଡା , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧର୍ମଗଡ଼ ଚନ୍ଦନ କୁମାର ବାରିକ ଯୋଗ ଦେଇଥିଲେ | ଏହି ଅବସରରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭତ୍ତା ପ୍ରଦାନ କାର୍ଯ୍ୟକ୍ରମ ର ସିଧାପ୍ରସାରଣ କେନ୍ଦୁଝର ଜ଼ିଲ୍ଲା ରୁ କରାଯାଇଥିଲା ତାହା ଏଠାରେ ଦେଖାଯାଇଥିଲା | କଳାହାଣ୍ଡି ଜ଼ିଲ୍ଲା ର ୧୩୯୪୪ ଜଣ ହିତାଧିକାରୀ ଏହି ଯୋଜନା ରେ ଲାଭାନ୍ବିତ ହେବା । ଏଣିକି ସେମାନେ ମାସିକ ୩୫୦୦ ଟଙ୍କା ଲେଖା ଭତ୍ତା ପାଇବେ | ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହ୍ନର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହ ରେ କଳାହାଣ୍ଡି ଜ଼ିଲ୍ଲା ର ୩୦୦ ଜଣ ହିତାଧିକାରୀ ଯୋଗ ଦେଇ ଥିଲେ |
Sign in
Sign in
Recover your password.
A password will be e-mailed to you.