ନବରଙ୍ଗପୁର ତା ୧୫.୧.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ ଓଡିଶା ଆନୁକୂଲ୍ୟରେ ଆଜି ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ଏବଂ ୮୦ ପ୍ରତିଶତ ଏବଂ ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ଏବଂ ୮୦ ପ୍ରତିଶତ ବା ତାଠାରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ପାଉଥିବା ମାସିକ ୧୨୦୦ ଟଙ୍କାରୁ ଭତ୍ତା କୁ ୩୫୦୦ ଟଙ୍କା କୁ ବୃଦ୍ଧି କରାଯାଇଛି।ଏହି ଅବସରରେ କେଉଁଝର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଏହି ବର୍ଦ୍ଧିତ ଭତ୍ତା ର ଶୁଭାରମ୍ଭ କରାଯାଇଛି।ଏହି ବର୍ଦ୍ଧିତ ଭତ୍ତା ପ୍ରଦାନ ନିଷ୍ପତ୍ତି ବୟସ୍କ ଓ ଦିବ୍ୟଙ୍ଗ ମାନଙ୍କୁ ଅର୍ଥିକଭାବେ ସଶକ୍ତ କରିବ ଓ ସାମାଜିକ ନିରାପତ୍ତା କୁ ସୁନିଶ୍ଚିତ କରିବ।ଆଜି ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମାନ୍ୟବର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି, ମାନ୍ୟବର ସାଂସଦ ,ନବରଙ୍ଗପୁର ବଲଭଦ୍ର ମାଝୀ, ମାନ୍ୟବର ବିଧାୟକ ,ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ମାନ୍ୟବର ବିଧାୟକ, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ଉପସ୍ଥିତ ଥିଲେ। ଅତିଥି ଗଣ ନିଜ ବକ୍ତବ୍ୟରେ ସାମାଜିକ ସୁରକ୍ଷା ଦିଗରେ ସରକାରଂକ ବର୍ଦ୍ଧିତ ଭତ୍ତା ଏକ ବଲିଷ୍ଠ ପଦକ୍ଷେପ କହିବା ସହ ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ରଖିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭତ୍ତା ପ୍ରଦାନ ଏବଂ ଅଭିଭାଷଣ କୁ ସିଧା ପ୍ରସାରଣ ମାଧ୍ୟମରେ ଉପସ୍ଥିତ ସମସ୍ତେ ଦେଖିଥିଲେ।ଏହି ପରିପେକ୍ଷୀ ରେ ସଭାକାର୍ୟ୍ଯ ସମାପ୍ତି ପରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଙ୍କ ଦ୍ଵାରା ୪୦ଜଣ ୮୦ବର୍ଷ ରୁ ଅଧିକ ବରିଷ୍ଠ ନାଗରିକ ଏବଂ ୨୦ ଜଣ ୮୦ ପ୍ରତିଶତ ଭିନ୍ନ କ୍ଷମ ହିତାଧିକାରୀ ଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଥିଲା ।ସଭାରେ ବିଭିନ୍ନ ବ୍ଲକରୁ ଭତ୍ତା ହିତାଧିକାରୀ, ଏସ୍ ଏଚ ଜି ସଭ୍ୟା,ସରକାରୀ ଅଧିକାରୀ , ସ୍ୱଚ୍ଛ ସାଥୀଙ୍କ ସହ ପ୍ରାୟ ୫୦୦ ଜଣ ଯୋଗ ଦେଇଥିଲେ।ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ୭୧୬୨ ହିତାଧିକାରୀଙ୍କ ମଧ୍ୟରୁ ୫୨୩୭ ଜଣ ୮୦ ବର୍ଷ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଏବଂ ୧୯୨୫ ଜଣ ୮୦ ପ୍ରତିଶତ ଏବଂ ଏହାରୁ ଉର୍ଦ୍ଧ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତାଙ୍କ ଜମା ଖାତାରେ ବର୍ଦ୍ଧିତ ୩୫୦୦ ଟଙ୍କା ଜମା କରାଯାଉଛି।ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ନବିନ ଚନ୍ଦ୍ର ନାୟକ, ସି ଡି ଓ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସ୍ବାଗତ ଭାଷଣ ସହ ସଭା ସଂଯୋଜନା କରିଥିଲେ। ଆଶାକିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଧନ୍ୟବାଦ୍ ଦେଇଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରୁ ଧନୁର୍ଜୟ ରାଓ,ମିଥୁନ ତ୍ରିପାଠୀ, ବୃନ୍ଦାବନ, ଶକୁନ୍ତଳା,ସନୁ,ମହେନ୍ଦ୍ର,ପୀତବାସ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post