ଗାଙ୍ଗପୁରରେ ପ୍ରଶାସନ ଗାଓଁ କୀ ଅର୍ କାର୍ଯ୍ୟକ୍ରମ ; ଉପଜିଲ୍ଲାପାଳ ଏବଂ ବିଧାୟକଙ୍କ ମିଳିତ ଜନ ଶୁଣାଣି

2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ଉଦ୍ୟମରେ ଜଣସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଗଞ୍ଜାମ ଜିଲ୍ଳା ପ୍ରଶାସନ ପହଞ୍ଚିଛି ଗାଆଁରେ I ଏହି ଅବସରରେ ଆଜି ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପ୍ରଶାସନ ଗାଓଁ କୀ ଅର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ୍ କୁମାର ସେଠୀ ମିଳିତ ଅଭିଯୋଗ ଶୁଣାଣି କରି ଜନ ସାଧାରଣଙ୍କୁ ସମସ୍ୟା ସମାଧାନର ପ୍ରତିଶୃ୍ତି ଦେଇଛନ୍ତି I ଆଜିର କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ଆଡିସନାଲ୍ ସବ୍ କଲେକ୍ଟର୍ ବିଶ୍ୱରଞ୍ଜନ କର , ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମିତ୍ ରଞ୍ଜନ ହୋତା, ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡଙ୍ଗୀ, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଅବସରରେ ରାସନ୍ କାର୍ଡ୍, ଭତ୍ତା, ଆବାସ ଯୋଜନା ସହିତ ଅଞ୍ଚଳର ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ସମ୍ପର୍କିତ 53 ଟି ଅଭିଯୋଗ ଶୁଣାଣି କରାଯିବା ସହିତ ଗରିବ ଏବଂ ଅବହେଳିତ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଦେଇ ସମସ୍ୟା ଗୁଡିକର ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଅଧିକାରୀ ମାନେ ପ୍ରତିଶୃ୍ତି ଦେଇଥିଲେ I କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ କୃଷି ଅଧିକାରୀ ଅଜିତ୍ କୁମାର ମହାପାତ୍ର, ସହକାରୀ କୃଷି ଅଧିକାରୀ ସଂଘମିତ୍ରା ଦାସ,ଉଦ୍ୟାନ କୃଷି ଓଭରସିୟର୍ ଦେବନାଥ ରଣା,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଗୀତାଞ୍ଜଳି ସାହୁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ,ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ରୁଦ୍ର ନାରାୟଣ ସାହୁ, ଗାଙ୍ଗପୁର ଥାନା ଅଧିକାରୀ ରବୀନ୍ଦ୍ର କୁମାର ଗାଣ୍ଟା,ବନପାଳ ମିତା ପଲେଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅଜିତ୍ କୁମାର ସେଠୀ,ଏପିଓ ମିହିର କୁମାର ବିଶ୍ୱାଳ, ଗାଙ୍ଗପୁର ରାଜସ୍ୱ ନୀରିକ୍ଷକ ଗୌରୀ ଶଙ୍କର ସ୍ୱାଇଁ,ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ଦଳ ବେହେରା, ପ୍ରାଣୀ ଚିକିତ୍ସକ ଡାକ୍ତର ଅବିନାଶ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ,ଅଙ୍ଗନୱାଡ଼ି ସୁପରଭାଇଜର,ଅଙ୍ଗନୱାଡି କର୍ମୀ,ସିଆରପି,ଏମ୍.ବି.କେ, ମହିଳା ଗୋଷ୍ଠୀ,ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ବ୍ଳକ୍ କର୍ମଚାରୀ,ପଂଚାୟତ କର୍ମଚାରୀ, ବିଦ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ I

Leave A Reply

Your email address will not be published.