ଭିନ୍ନକ୍ଷମ ସମାନତା, ସଂରକ୍ଷଣ ଓ ସଶକ୍ତିକରଣ ଅଭିଯାନର ଶୁଭାରମ୍ଭ

0

ଭୁବନେଶ୍ୱର: ବିଶ୍ୱ ବ୍ରେଲି ଦିବସ ଅବସରରେ ଆଜି ଭୁବନେଶ୍ୱର,ୟୁନିଟ୍ ୮ ସ୍ଥିତ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟଠାରେ ବ୍ରହ୍ମାକୁମାରୀ ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଭିନ୍ନକ୍ଷମ ସମାନତା, ସଂରକ୍ଷଣ ଓ ସଶକ୍ତିକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛିା

ଏଥିରେ ମୁଖ୍ୟଅତିଥି ଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିତେନ ଚନ୍ଦ୍ର ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ନ୍ୟାସୀ ବେହେରା, ରାଜଯୋଗିନୀ ଭଗ୍ନୀ ଲୀନା ଯୋଗଦେଇ ଭିନ୍ନକ୍ଷମାନଙ୍କ ସଶକ୍ତିକରଣ ପାଇଁ ସମାଜର ସବୁସ୍ତରରେ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲୋ ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ରାଜଯୋଗୀ ସୂର୍ଯ୍ୟମଣି ଦାଶ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲୋ

ସୁଶ୍ରୀ ଦୀପ୍ତି ଦାଶ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲୋ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ରାଜ୍ୟ ମହିଳା ସଭାପତି ଗୀତାଶ୍ରୀ ଦାସ ଏବଂ ରାଜଯୋଗିନୀ ଦୁର୍ଗେଶ ନନ୍ଦିନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଶ୍ରମର ସମସ୍ତ ଭାଇଭଉଣୀମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲୋ ପୂର୍ବରୁ ରାଜଯୋଗିନୀ କଳ୍ପନା ରାଜଯୋଗର ଅଭ୍ୟାସ କରାଇ ସମସ୍ତଙ୍କୁ ପରମାତ୍ମାଙ୍କ ଶକ୍ତିର ଅନୁଭବ କରାଇଥିଲୋ 

Leave A Reply

Your email address will not be published.