ତ୍ରୁଟିଶୂନ୍ୟ ଓ ଗୁଣାତ୍ମକ ଭୋଟର ତାଲିକା ଏବଂ ଭୋଟ ପରିଚୟ ପତ୍ର ପ୍ରସ୍ତୁତି ନିମନ୍ତେ କର୍ମଚାରୀମାନଙ୍କୁ ତାଲିମ

0

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ରାଜ୍ୟସ୍ତରରେ ପ୍ରଥମ ବୁଥ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟର ୩୦ଟି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ କର୍ମଚାରୀ ଫଟୋ ପରିଚୟ ପତ୍ର ଏବଂ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲୋ ତାଲିମ ପରେ ବୁଥ୍ ସ୍ତରରେ ଏମାନେ ତ୍ରୁଟିଶୂନ୍ୟ ଓ ଗୁଣାତ୍ମକ ଭୋଟ ପରିଚୟ ପତ୍ର ଏବଂ ଭୋଟର ତାଲିକା ପ୍ରସ୍ତୁତ କରିବାରେ ନିୟୋଜିତ ହେବୋ ବୈଷୟିକ ଦୃଷ୍ଟିକୋଣରୁ ଯେପରି ନିର୍ଭୁଲ ଓ ସହଜରେ ଭୋଟର ତାଲିକା ଏବଂ ଫଟୋ ପରିଚୟ ପତ୍ର ପ୍ରସ୍ତୁତ କରାଯାଇପାରିବ, ସେ ସଂପର୍କରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲାା ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ରଘୁରାମ ଆର୍ ଆୟର, ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ନୋଡାଲ ଅଧିକାରୀ ସରୋଜ ତ୍ରିପାଠୀ  ଏବଂ ସହକାରୀ ସଫଫେଓ୍ୱୟାର ଇଂଜିନିୟର ଇଦି୍ରଶ୍ ଖାନ୍ ପ୍ରମୁଖ ଯୋଗଦେଇ ଉପସ୍ଥିତ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିଥିଲୋ 

Leave A Reply

Your email address will not be published.