https://youtu.be/qfElM0qZNpI
ନବରଙ୍ଗପୁର 31.12.2024,,ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଜିଲ୍ଲାର ବି. ଜେ. ଡ଼ି ଦଳର ସମ୍ପାଦକ ଓ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ଶିରାଜଉଦିନ ଅହମଦ, ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ସହ ଜିଲ୍ଲା ସମ୍ପାଦକ ପଦବୀରୁ ଇସ୍ତଫା ଦେଇଛନ୍ତି|
ଦୀର୍ଘ ବର୍ଷ ଧରି ରାଜ୍ୟରେ ବି. ଜେ. ଡ଼ି ସରକାର ଥିବାସ୍ଵର୍ତେ, ନବରଙ୍ଗପୁର ଭଳି ଏକ ପଛୁଆ ଆଦିବାସୀ ଜିଲ୍ଲାର ବିକାଶ ଦିଗରେ ରାଜ୍ୟ ସରକାର କିଛିବି ପ୍ରୟାସ କରିନଥିବା, ନବରଙ୍ଗପୁର ଜିଲ୍ଲାର ସ୍ଵାସ୍ତ୍ୟ,ଶିକ୍ଷା,ଗମନାଗମନ ଜଳସେଚନ ଆଦି ଅନେକ ବିଷୟର ସମାଧାନ ନିମନ୍ତେ ସେ ନିଜେ ଅନୁରୋଧ କରିଥିଲେ ବି ଗତ ଦିନରେ କ୍ଷମତାରେ ଥିବା ଦଳ ନବରଙ୍ଗପୁର ଜିଲ୍ଲାର ମାଟି ପାଇଁ କିଛି କରିନଥିବା ଦର୍ଶାଇ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି.ଆଗାମୀ ଦିନରେ ସେ ଅନ୍ୟ ଦଳକୁ ଯିବାର ନାହିଁ, ପ୍ରଥମେ ମାଟି ପରେ ପାର୍ଟି ତେଣୁ ଦଳ ତ୍ୟାଗ କଲାପରେବି ନବରଙ୍ଗପୁର ଜିଲ୍ଲାର ଗରୀବ ଓ ଉପେକ୍ଷିତ ହୋଉଥିବା ତଥା ଅବେହେଳିତ ହେଉଥିବା ଜନସାଧାରଣଙ୍କ ପାଇଁ ଲଢେଇ ଜାରି ରଖିବେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀ ଡାକି ନିଜ ମତ ପ୍ରକାଶ କରିଛନ୍ତି