ନୂତନ ବର୍ଷ ୨୦୨୫ ଉପଲକ୍ଷେ Tv5odia ୟୁଟ୍ୟୁବ ଚ୍ୟାନାଲ ତରଫରୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ “ଶିଶୁ ଟିଏ କୁ ଗଛ ଟିଏ”

2

ରାୟଗଡ: ନୂତନ ବର୍ଷ ୨୦୨୫ ଉପଲକ୍ଷେ Tv5odia ୟୁଟ୍ୟୁବ ଚ୍ୟାନାଲ ତରଫରୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମର ମୂଖ୍ୟ ଉଦେଶ୍ୟ ଥିଲା “ଶିଶୁ ଟିଏ କୁ ଗଛ ଟିଏ” l ବର୍ତ୍ତମାନ ପରିବେଶ ଅଧିକା ମାତ୍ରାରେ ଦୂଷିତ ହେବାରେ ଲାଗିଛି l ପରିବେଶ ଦୂଷିତ ହେବାର ମୂଳ କାରଣ ହେଉଛି ବହୁଳ ମାତ୍ରାରେ ଜଙ୍ଗଳର ଅବକ୍ଷେୟ l ଯେତିକି ପରିମାଣରେ ବୃକ୍ଷ କଟାଯାଉଛି ସେତିକି ପରିମାଣରେ ବୃକ୍ଷ ଲଗାଯାଉ ନାହିଁ l ଯାହାଫଳରେ ପରିବେଶର ସନ୍ତୁଳନ ରହୁ ନଥିବାରୁ ଜନ ଜୀବନ ପ୍ରଭାବିତ ହେବାରେ ଲାଗିଛି l ଜୀବ ଜଗତ ବଞ୍ଚିବା ପାଇଁ ମୁଖ୍ୟତଃ ଅମ୍ଳଜାନର ଆବଶ୍ୟକ କରିଥାଏ l କଳକାରଖାନା, ରାସ୍ତା ପ୍ରଶସ୍ତିକରଣ, କାଠ ଚୋରାଚାଲାଣ ବିଶେଷ କରି ବହୁତ ମାତ୍ରାରେ ଜଙ୍ଗଲ ନଷ୍ଟ ହେଉଛି l ଏହାକୁ ରୋକିବା ଦିଗରେ ସରକାରୀ ଓ ବେସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ସହ ସମସ୍ତେ ସଚେତନ ହେବା ନିହାତି ଜରୁରୀ l ବର୍ତ୍ତମାନ ଠାରୁ ଯଦି ଆମେ ପରିବେଶ ପ୍ରତି ସଚେତନ ନ ହେବା ତାହେଲେ ଆଗାମୀ ପିଢ଼ି ନିଜର ଜୀବନ ବଞ୍ଚାଇବାରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ l ଏହାକୁ ନଜରରେ ରଖି ନୂତନ ବର୍ଷ ୨୦୨୫ ଠାରୁ TV5odia ୟୁଟ୍ୟୁବ ଚ୍ୟାନାଲ ନିଜର ଏକ କାର୍ଯ୍ୟକ୍ରମ “ଶିଶୁ ଟିଏ କୁ ଗଛ ଟିଏ” ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେଇଛି l ସ୍ଥାନୀୟ ସାଇପ୍ରିୟା ନଗରରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟର କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ଅଞ୍ଚଳର ଛୋଟ ଛୋଟ ଶିଶୁ ମାନଙ୍କୁ ନେଇ ପରିବେଶ ଉପରେ ସଚେତନ ସୃଷ୍ଟି କରିବା ସହ ବୃକ୍ଷ ଚାରା ରୋପଣ କରିଛନ୍ତି ଏବଂ ଗୋଟିଏ ଗୋଟିଏ ବୃକ୍ଷ ଚାରା ଉପସ୍ଥିତ ପ୍ରତ୍ୟେକ ଶିଶୁଙ୍କୁ ଦିଆଯାଇ ନିଜ ନିଜର ଖାଲି ସ୍ଥାନରେ ରୋପଣ କରିବା ସହ କିପରି ଯତ୍ନ ନେବେ ଓ ପରିବେଶର ସୁରକ୍ଷା ନେଇ ସଚେତନ କରାଯାଇଛି l TV5odia ର ମୁଖ୍ୟ ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ଏଭଳି ସଚେତନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଶିଶୁ ମାନଙ୍କ ଓ ଜନ ସାଧାରଣଙ୍କ ମଧ୍ୟରେ କରାଯିବା ନେଇ ସୂଚନା ପ୍ରଦାନ କରିଛନ୍ତି l ଏହି ଅବସରରେ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀମତୀ ସସ୍ମିତା ମହାନ୍ତି ଓ ଏସ. ସୁଜାତା ଉପସ୍ଥିତ ରହି ପରିବେଶ ସୁରକ୍ଷା ଉପରେ ସଚେତନ କରାଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ Tv5odia ର ସହ ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ ପରିଚାଳନା କରିଥିଲେ l

Leave A Reply

Your email address will not be published.