ଶତାୟୁ ଉଚ୍ଚ ବିଦ୍ୟାଳୟ ଗୁଣପୁରର 1991 ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ କାର୍ଯ୍ୟକ୍ରମ

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଶତାୟୁ ଉଚ୍ଚ ବିଦ୍ୟାଳୟ ଗୁଣପୁରର 1991 ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ସ୍ଥାନୀୟ ନିମନ୍ତ୍ରଣ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସହର ବାହାରେ ରହୁଥିବା ହାଇଦ୍ରାବାଦ,ଚେନ୍ନାଇ ,ବିଶାଖାପାଟଣା, ବିଜୟନଗରମ,ଭୁବନେଶ୍ବର ,ବ୍ରହ୍ମପୁର ଇତ୍ୟାଦି ଦୂର ସହରରେ ଅବସ୍ଥିତ ବହୁ ସାଙ୍ଗ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭ ରେ ବିଦ୍ୟାଳୟ ପ୍ରାର୍ଥନା ଆହେ ଦୟାମୟ ବିଶ୍ବବିହାରୀ ରୁ ଆରମ୍ଭ ହୋଇଥିଲା।ଚଳିତ ବର୍ଷ ଇହଧାମ ତ୍ୟାଗ କରିଥିବା 3 ଜଣ ବନ୍ଧୁଁଙ୍କ ସକାଶେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ମଧ୍ୟ କରାଯାଇଥିଲା।ପରେ ସଭାପତି ଗିରିଶ ପାତ୍ର ଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏଥିରେ ଗତ ବର୍ଷର ଆଦାୟ ଓ ଖର୍ଚ୍ଚର ବିବରଣୀ ହିସାବ ରକ୍ଷକ ବାବୁଲିଙ୍ଗମଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ପରିଶେଷରେ ମୁରଲୀ କ୍ରିଷ୍ଣାଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଗଲା ପରେ ସୁସ୍ୱାଦୁ ଭୋଜନ ବ୍ୟବସ୍ଥା ମଧ୍ୟ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଉପସଭାପତି ବ୍ରଜ ପାଢ଼ୀ, ସମ୍ପାଦକ ହିମକାନ୍ତ ମହାପାତ୍ର,ବାବୁଲିଙ୍ଗମ୍, ଜ୍ଞାନ କୋରା, ସିମାଞ୍ଚଳ ଆଚାର୍ଯ୍ୟ, ମୋହନ ଲାଲ ଚୌଧୁରୀ,କୈଳାଶ ବାଉରୀ ଓ ପ୍ରସନ୍ନ ଦାସ ଇତ୍ୟାଦି ସଦସ୍ୟ ସୁଚାରୁ ରୂପେ ସଂପାଦନ କରିଥିଲେ।

 

Leave A Reply

Your email address will not be published.