ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜ୍ଞାନ ପ୍ରକାଶ ପରିବାର ପକ୍ଷରୁ ଜିଲ୍ଲା ମୁଖ୍ୟମାନଙ୍କ ସମ୍ମିଳନୀ ପୁରୀର ଅତିବଡ଼ି ଜଗନ୍ନାଥ ଦାସ ଏକାଡେମୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜ୍ଞାନ ପ୍ରକାଶ ପରିବାରର ମୁଖ୍ୟ ଡ: ଜ୍ଞାନଚାନ୍ଦ ଶତପଥୀ , ବିଶିଷ୍ଟ ଲେଖିକା ତଥା ରାଜ୍ୟ ମୁଖ୍ୟ ଶ୍ରୀମତୀ ଅମ୍ବିକା ସ୍ୱାଇଁ , ମୁଖ୍ୟ ଅତିଥି ଶ୍ରୀ ସୁରେନ୍ଦ୍ର କୁମାର ମିଶ୍ର , ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଜ୍ଞାନ ପ୍ରକାଶ ପତ୍ରିକାର ସମ୍ପାଦକ ସରୋଜ କୁମର ସାହୁ ପ୍ରମୁଖ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ୨୨ ଗୋଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ବୃନ୍ଦ ଆଗାମୀ ୨୦୨୫ ମସିହାର ବାର୍ଷିକ ଉତ୍ସବ ବିଷୟରେ ଆଲେଚନା କରିଥିଲେ ଏବଂ ଏହି ଅନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଏହି ଅବସରରେ ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଜପତି ଜିଲ୍ଲାର ଜିଲ୍ଲା ମୁଖ୍ୟ ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.