ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍)କୁ ୧୫ତମ ଜାତୀୟ ସୁରକ୍ଷା କନକ୍ଲେଭ ୨୦୨୪ରେ ରୌପ୍ୟ ବର୍ଗରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି । ଇନଷ୍ଟିଚ୍ୟୁଟ୍ ଅଫ କ୍ୱାଲିଟି ମ୍ୟାନେଜମେଂଟ ଆଣ୍ଡ୍ ଏନ୍ଭରମେଂଟ ସର୍ଭିସେସ୍ (ଆଇକ୍ୟୁଇଏମ୍ଏସ୍) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା କର୍ମକ୍ଷେତ୍ରରେ ସୁରକ୍ଷା ଓ ନବସୃଜନ ପ୍ରତି ଉଲ୍ଲେଖନୀୟ ଅବଦାନକୁ ପାଳନ କରୁଛି ।
ଏହି ପୁରସ୍କାର ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିପିସିଓଡିଏଲ୍ ଟିମକୁ ପୁରସ୍କାର ପ୍ରଦାନ କରିଥିଲେ ।
ଏହି ସଫଳତା ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି, ‘ଏହି ମାନ୍ୟତା ଏକ ସୁରକ୍ଷିତ ଓ ସୁସ୍ଥ କର୍ମକ୍ଷେତ୍ର ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଡିଜିଟାଲ ଉପକରଣର ଉପଯୋଗ ଏବଂ ‘ଶୂନ ଆଘାତ’ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଆମକୁ ପରିଚାଳନାଗତ ଉକôର୍ଷତା ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ସମ୍ମାନକୁ ଆମେ ଆମର କର୍ମଚାରୀ ଏବଂ ଅଂଶୀଦାରମାନଙ୍କୁ ଉତ୍ସର୍ଗ କରୁଛୁ ଯେଉଁମାନଙ୍କ ନିରାପତ୍ତା ପ୍ରତି ନିରନ୍ତର ସମର୍ପଣ ଆମକୁ ପ୍ରତିଦିନ ପ୍ରେରଣା ଯୋଗାଉଛି ।’’
ଜାତୀୟ ସୁରକ୍ଷା କନକ୍ଲେଭ ୨୦୨୪ରେ କର୍ମକ୍ଷେତ୍ରର ନିରାପତ୍ତା ବୃଦ୍ଧି ପାଇଁ ବିଭିନ୍ନ ରଣନୀତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ‘ଶୂନ ଆହତ ଲକ୍ଷ୍ୟ: ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ପରିବେଶ (ଏଚ୍ଏସ୍ଇ) ପରିଚାଳନାରେ ଡିଜିଟାଲ ପ୍ରଯୁକ୍ତି ଗ୍ରହଣ’ ଶୀର୍ଷକ ଅଧିବେଶନ । ଏହି ଅଧିବେଶନରେ ବିପଦକୁ ହ୍ରାସ କରିବା ଏବଂ ନିରାପତ୍ତା ମାନରେ ନିରନ୍ତର ଉନ୍ନତି ଆଣିବା ପାଇଁ ଉନ୍ନତ ଡିଜିଟାଲ ଉପକରଣର ଉପଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.