ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ),ତା ୨୭/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ଠାରେ ମା କସ୍ମୀୟାନି ଆନ୍ତଃ ବ୍ଲକ ଭୋଲିବାଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚଚରାଗୁଡ଼ା ସରପଞ୍ଚ ରଞ୍ଜୁ ଭତରା ଯୋଗ ଦେଇଥିଲେ। ବାଇଗାଁ ସ୍କୁଲ ପଡିଆ ରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍ ରେ ଘରୋଇ ବାଇଗାଁ ଓ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗରୁଡ ଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ବାଇଗାଁ ଦଳ ଗରୁଡ଼ଗୁଡ଼ା ଦଳ କୁ ୧୨-୦୬ ବ୍ୟବଧାନରେ ପରାଜିତ କରିଥିଲେ। ଆଜିର ଉଦଘାଟନୀ ମ୍ୟାଚ୍ ରେ ରେଫରି ଭାବେ ଗାଗାରିନ ହରିଜନ,ରାଜୁ ହରିଜନ ଓ ଗିରିଧର ପୂଜାରୀ ମ୍ୟାଚ ପରିଚାଳନା କରିଥିଲେ। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ର ୮ ଟି ଦଳ ଦୁଇ ଭାଗ ହୋଇ ପରସ୍ପର ମୁକାବିଲା କରିବା ପରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଳିବେ।ଦୀର୍ଘ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଥିବା ବାଇଗାଁ ର ମା କସ୍ମିୟାନି ଭୋଲିବାଲ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଆଖପାଖ ଅଞ୍ଚଳ ର ଶତାଧିକ ଲୋକ ଙ୍କ ଭିଡ ଦେଖିବାକୁ ମିଳିଥିଲା। ଭୋଲିବାଲ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ଲକି ପୂଜାରୀ,ପିତ୍ତ ପୂଜାରୀ,ମହୋନ ସିଂ ଗଣ୍ଡ,ତ୍ରିନାଥ ପାଣ୍ଡେ,ନରସିଂହ ମାଝୀ,କର୍ଣ୍ଣ ଭତରା, ରିଣ୍ଟୁ ଦାସ, ଜଗତ ଭତରା,ମଧୁ ମାଝୀ ଓ ଭୁବନ ହରିଜନ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.