ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଙ୍କୁ ଶ୍ରଦ୍ଧାଞ୍ଜଳୀ

3

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜାନହର ନିକଟରେ ଆଜି (ଶୁକ୍ରବାର) ସନ୍ଧ୍ୟାରେ ଆମ ପ୍ରିୟ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ. ମନମୋହନ ସିଂ ୯୨ ବର୍ଷ ବୟସରେ ଗତ କାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତିି , ଏହି ଅବସରରେ ଭାରତ ବର୍ଷରେ କଂଗ୍ରେସ ଦଳରେ ଏକ ଶୋକ ର ଛାୟା ଖେଳିଯାଇଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ରାଜାନହର ନିକଟରେ ସ୍ୱର୍ଗୀୟ ମୋନମହନ ସିଂ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜଣାଇଛି ଗଜପତି ଜିଲ୍ଲା କଂଗ୍ରେସ କମିଟି।
ଆସନ୍ତାକାଲି ଭାରତୀୟ କଂଗ୍ରେସ ଦଳର ପ୍ରତିଷ୍ଠାତା ଦିବସ କାର୍ଯ୍ୟକ୍ରମକୁ ସ୍ଥଗିତ କରିଛନ୍ତି ଅଖିଳ ଭାରତୀୟ କଂଗ୍ରେସ ସଭାପତି ଶ୍ରୀ ମଲିକାର୍ଜୁନ ଖାଡଗେ , ସ୍ବର୍ଗତ ସିଂ ଙ୍କ ଦେହାନ୍ତ ହେବାର ସାତ ଦିନ ପର୍ଯ୍ୟନ୍ତ ଦଳର କୌଣସି କାର୍ଯ୍ୟକ୍ରମ ନକରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମ ମାନ୍ୟବର ବିଧାୟକ ମହୋଦୟ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଙ୍କର ଆଦେଶ କ୍ରମେ ପରିଚାଳିତ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ କମିଟି ପକ୍ଷରୁ ବିଭୁତି ପାତ୍ର , ଅଭିମନ୍ୟୁ ପଣ୍ଡା , ବସନ୍ତ କୁମାର ପଣ୍ଡା , ଇଶ୍ଵର ମାଝୀ , ସଂଜୟ ଅଧିକାରୀ , ଆଶୋକ ଅଧିକାରୀ , ରାଜା ପାତ୍ର , ଚାନ୍ଦୁଆ , ଛାତ୍ର କଂଗ୍ରେସ , ଯୁବ କଂଗ୍ରେସ , ରଞ୍ଜିତା ପାଣିଗ୍ରାହୀ , ସେକ୍ସ୍ ଜସ୍ମିନ ରାବି , ମହିଳା କଂଗ୍ରେସ ପ୍ରମୁଖ ଉପସ୍ଥିତ ରହି ଶୋକ ଓ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

Leave A Reply

Your email address will not be published.