ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ: –ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ସୁକିଗାଁ ପଞ୍ଚାୟତର ଲୋକମାନେ ପ୍ରାୟ ବେହେଡା ଉପରେ ନିର୍ଭର କରିଥନ୍ତି l ସ୍କୁଲ, କଲେଜ,ବ୍ୟାଙ୍କ ଓ ଅନ୍ୟ ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ଲୋକ ରାତି ପାହିଲେ ଆସନ୍ତି l ବିପଦପୂର୍ଣ୍ଣ କାଠ ପୋଲ ଉପରେ ପିଲାମାନେ ଓ ଲୋକମାନେ ଆସନ୍ତି l ବେହେଡା ଠାରୁ ଢ଼େପଗୁଡା ରାସ୍ତାରେ ବେଶି ଲୋକ ଯିବାଆସିବା କରିଥlନ୍ତି, ଗତ ବର୍ଷାରେ ସେ ପୋଲ ସମ୍ପୂର୍ଣ ଧୋଇଗଲା l ପାଞ୍ଚଖଣ୍ଡ ଗାଁର ଲୋକ ଏହି କାଠ ପୋଲ ବିଷୟରେ ପ୍ରଶାସନକୁ ବାରମ୍ବାର ଜଣାଇଲେ ବି ପ୍ରଶାସନ ଶୁଣୁନି ବୋଲି ଅଞ୍ଚଳବାସି ଅଭିଯୋଗ କରିଛନ୍ତି l ଅସୁସ୍ଥ ବ୍ୟକ୍ତି, ଗର୍ଭବତୀଙ୍କୁ ଖଟିଆରେ କାଠ ପୋଲ ଦେଇ ଆଣିବା ପରେ ଆମ୍ବୁଲାନ୍ସ ରେ ଉମରକୋଟ ସ୍ୱlସ୍ଥ୍ୟ କେନ୍ଦ୍ର କୁ ଅଣାଯାଉଛି |
ବ୍ଲକ ପ୍ରଶାସନ ସେହି ଜାଗାକୁ ଯାଇଥିଲେ ମାପଚୁପ କରି ଆସିଥିଲେ | ଏହା ଦେଖି ଲୋକଙ୍କ ମନ ବହୁତ ଖୁସିହୋଇଥିଲା ମାତ୍ର ପ୍ରଶାସନ ପୁରାପୁରି ନିରବ ଦ୍ରଷ୍ଟା ହୋଇଛି l ତେଣୁକରି ପ୍ରଶାସନ ର ନିଦ କେବେ ଭାଙ୍ଗୁଛି ତାହା ଦେଖିବା ବର୍ତମାନ ବାକିଅଛି .ଲୋକ ମାନଙ୍କ ସ୍ୱାର୍ଥକୁ ଦେଖି ପ୍ରଶାସନ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଉଛି l
Sign in
Sign in
Recover your password.
A password will be e-mailed to you.