ଉଦଘାଟନୀ ଉତ୍ସବ ରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଙ୍କ ସହ ମନ୍ତ୍ରୀ, ଦୁଇ ସାଂସଦ ଅନେକ ବିଧାୟକ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ବିକଶିତ ଭାରତ ପ୍ରତିଷ୍ଟା ଦିଗରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଆମ ଶିକ୍ଷାନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡ଼ିଶା ହେବ ଆମ ଦେଶର ପ୍ରମୁଖ ରାଜ୍ୟ। ଗଞ୍ଜାମ ଜିଲ୍ଲା ହେବ ତା’ର ମଉଡମଣୀ ଏବଂ ଭଞ୍ଜ ଭୂମି ହେବ ତା’ର ପ୍ରମୁଖ ପ୍ରୟୋଗାତ୍ମକ କର୍ମଶାଳା , ବୋଲି ଆଜି ଭଞ୍ଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ନୂତନ ଶ୍ରେଣୀ ଗୃହ ଓ ଛାତ୍ରାବାସ ଭବନ ର ଉଦଘାଟନ ଅବସରରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀମାନ୍ ଧର୍ମେନ୍ଦ୍ର ପ୍ରଧାନ ନିଜ ମତ ପ୍ରକାଶ କରିଛନ୍ତି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡିହପଢାଳ ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅନେକ ମହାନ୍ ଶିକ୍ଷାନୁଷ୍ଠାନ ମଧ୍ୟରେ ଗୋଟିଏ। ଏହି ବିଦ୍ୟାଳୟରେ ହେବାକୁ ଥିବା ୩୫ ତମ ବାର୍ଷିକତ୍ସୋବ ଓ ଆଜି ଡିସେମ୍ବର ମାସ ୨୬ ତାରିଖ ଗୁରୁବାର ୨୦୨୪ ରେ ଉକ୍ତ ବିଦ୍ୟାଳୟର ନୂତନ କକ୍ଷ ଓ ଛାତ୍ରାବାସ ଭବନ ଉଦଘାଟନ ରେ ମୂଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ। ଏଥି ସକାଶେ ବିଦ୍ୟାଳୟ ପରିସର ମଧ୍ୟରେ ଏକ ବିରାଟ ମଞ୍ଚର ଆୟୋଜନ ହେବା ସହ ବିଦ୍ୟାଳୟ ର ସମସ୍ତ ଗୁରୁମା ଗୁରୁଜୀ, ଛାତ୍ରଛାତ୍ରୀ, କର୍ମଚାରୀ ଓ ଘୋଷବାଦକ ଦଳ ଅତିଥି ମାନଙ୍କ ସ୍ଵାଗତ ସତ୍କାର ରେ ତତ୍ପର ଥିଲେ। ପ୍ରଥମେ ବିଦ୍ୟାଳୟ ରେ ଆସି ପହଞ୍ଚିଥିଲେ ଶ୍ରୀମାନ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସଂଗଠନ ମନ୍ତ୍ରୀ ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଲଷ୍ମୋ ନୁଆଦିଲ୍ଲୀ, ଶ୍ରୀମାନ ଆନନ୍ଦ ରାଓ ମାର୍ଦ୍ଧୀ ସଂଗଠନ ମନ୍ତ୍ରୀ ପୂର୍ବକ୍ଷେତ୍ର ବିଦ୍ୟାଭାରତୀ, ଶ୍ରୀମାନ ତାରକା ଦାସ ସରକାର ସଂଗଠନ ମନ୍ତ୍ରୀ ଶିକ୍ଷା ବିକାଶ ସମିତି ଓଡ଼ିଶା। ଉକ୍ତ ଅତିଥି ମାନଙ୍କୁ ବିଦ୍ୟାଳୟ ଘୋଷବାଦକ ଦଳ ବିଦ୍ୟାଳୟ କୁ ପାଛୋଟି ଆଣିଥିଲେ। ନୂତନ ଭବନ ଉଦଘାଟନ ରେ ଯୋଗଦେବାକୁ ଥିବା  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ପଥକ୍ଳାନ୍ତ ବିଶ୍ରାମ ନିମନ୍ତେ ସ୍ଥାନୀୟ ବନ ବିଭାଗ ଡାକବଙ୍ଗଳା ଠାରେ ବ୍ୟବସ୍ଥା କରାଯାଇଥିଲା। କାରଣ ମନ୍ତ୍ରୀ ସୁଦୁର ଭୁଵନେଶ୍ଵର ଠାରୁ ଆସିବାର ଥିଲା। ସେଥି ନିମିତ୍ତ ଏହି ସ୍ଥାନରେ ସ୍ଥାନୀୟ ପ୍ରଶାସନ ଠାରୁ ଜିଲ୍ଲା ସ୍ତରୀୟ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଓକିଲ ସଂଘର ସମସ୍ତ ବରିଷ୍ଠ ସଦସ୍ୟ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ସମସ୍ତ ବିଧାୟକ, ମନ୍ତ୍ରୀ ଓ ସାଂସଦ ଡାକବଙ୍ଗଳା ରେ ଆସି କିଛି ସମୟ ବିଶ୍ରାମ ନେଇଥିଲେ।

Imageଏହି ସମୟରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଡାକବଙ୍ଗଳା ରେ ଆସି ଉପସ୍ଥିତ ହେବାପରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଉପସ୍ଥିତ ରେ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ତାଙ୍କୁ ସ୍ଵାଗତ କରିଥିଲେ। ଉପସ୍ଥିତ ନେତା ମନ୍ତ୍ରୀ ଓ ସାଧାରଣ ଜନତା ଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଥାନାଧିକାରୀ ଙ୍କ ଠାରୁ ଜିଲ୍ଲା ଆରକ୍ଷୀ ବାହିନୀ ଓ ଆଇ ଆର୍ ବି ଯବାନ ମାନେ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଙ୍କ କିଛି ସମୟ ବିଶ୍ରାମ ରେ ଅନେକ ନେତା, ରାଜନେତା , ପ୍ରଶାସନିକ ଅଧିକାରୀ, ସାମାଜିକ ସଂଗଠନ, ଅନୁଷ୍ଠାନ ର ବ୍ୟକ୍ତି ବିଶେଷ ସୈ।ଜନ୍ୟ ମୂଳକ ସାକ୍ଷାତ୍ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ସୈ।ଜନ୍ୟ ମୂଳକ ସାକ୍ଷାତ ରେ ଖୁବ୍ କମ୍ ସମୟ ପାଇଥିଲେ ମଧ୍ୟ ବିଶ୍ବହିନ୍ଦୁ ପରିଷଦ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ୍ ମୁରଲୀଧର ପଣ୍ଡା ଙ୍କ ନେତୃତ୍ବରେ ବିଶ୍ବହିନ୍ଦୁ ଘୁମୁସର ଜିଲ୍ଲା ର ଜିଲ୍ଲା ସଭାପତି ଶ୍ରୀ ସୁଧିର କୁମାର ନାୟକ, ସଂପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା, ସ଼ହ ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ, ସଦସ୍ୟ ବୁଲୁ ସାହୁ, ବଜରଙ୍ଗ ଦଳ ସଦସ୍ୟ ଅଜୟ ମହାପାତ୍ର, ଲୁଲୁ ପଣ୍ଡା, ଗଣେଶ ମାଝି, ବାସୁଦେବ ପ୍ରଧାନ, ସୂର୍ଯ୍ୟନାରାୟଣ ପାତ୍ର ଙ୍କ ସମେତ ଅନ୍ୟମାନେ କେନ୍ଦ୍ରମନ୍ତ୍ରୀ ଙ୍କୁ ସାକ୍ଷାତ କରିପାରିଥିଲେ। ଯେହେତୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଅନେକ ମୂଖ୍ୟ ପଦପଦବୀ ରେ ରହିଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସହିତ ସମସ୍ତ ବିଧାୟକ, ସାଂସଦ ଡାକବଙ୍ଗଳା ରୁ ବାହାରି ବିଦ୍ୟାଳୟ ର ନୂତନ ଛାତ୍ରାବାସ ଉଦଘାଟନ ଉତ୍ସବରେ ପହଞ୍ଚି ଥିଲେ।

Imageସେଠାରେ ସମସ୍ତ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇ, ମୁଖ୍ୟ ଅତିଥି ଙ୍କ ଦ୍ଵାରା ବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ଓ ଛାତ୍ରାବାସ ଭବନ ର ଉଦଘାଟନ ପରେ ସମସ୍ତ ଅତିଥି ଙ୍କୁ ମଞ୍ଚରେ ମଞ୍ଚାସିନ ହୋଇଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗିତ ଗାନ, ମନ୍ତ୍ର ଓ ଶ୍ଳୋକ ପାଠ କରାଯାଇ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦିପ ପ୍ରଜ୍ବଳନ ହୋଇଥିଲା।
କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ର ଗୋବିନ୍ଦ ଚନ୍ଦ୍ର ମହାନ୍ତି, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ଶୁଭଦର୍ଶନୀ, ପଶୁ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଏନ୍.ଏ.ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣିଚନ୍ଦ୍ର ପଣ୍ଡା, ଉତ୍ତମ ମହାରଣା, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରମୁଖ ମଞ୍ଚାସିନ ଥିବାବେଳେ ଅନୁଷ୍ଠାନ ର ପୂର୍ବତନ ସଭାପତି ଡ଼ଃ କୁମ୍ଭୁପାଣି ସାମନ୍ତ ସ୍ଵାଗତ ଭାଷଣ ଓ ସଭାପତି ଡ଼ଃ ପ୍ରଦୀପ କୁମାର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବିରାଟ ମଞ୍ଚ କୁ ସୁପରିଚାଳନା କରିଥିଲେ ବିଦ୍ୟାଳୟ ର ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା।

Leave A Reply

Your email address will not be published.