ବେଲଗୁଣ୍ଠାରେ ବିଜେଡିର 28 ତମ ପ୍ରତିଷ୍ଠା ଦିବସ

3

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା କଲ୍ୟାଣ ମଣ୍ଡପଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଆଜି ବେଲଗୁଣ୍ଠା ବିଜେଡ଼ି ତରଫରୁ 28 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି I ଆଜି ସକାଳ 09:00 ଘଣ୍ଟା ସମୟରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ନେତୃତ୍ୱରେ ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, କାଉନସିଲର୍ ଭାସ୍କର ପାତ୍ର,କାଉନଷିଲାର ତଥା ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଦିବ୍ୟରଞ୍ଜନ ଦାସ, ରଂଜିତ କୁମାର ସାମଲ, ଜିତେନ୍ଦ୍ର ସୁବୁଦ୍ଧି,ଦିଲ୍ଲୀପ କୁମାର ଆଚାରୀ, ପ୍ରଦୀପ କୁମାର ସେଠୀ, ଚିଦାନନ୍ଦ ପାତ୍ରଙ୍କ ସହ ବରିଷ୍ଠ ନେତା ମନୋଜ ପାତ୍ର, ପ୍ରଦ୍ୟୁମ୍ନ ମହାପାତ୍ର, ଯୁବ ନେତା ମଣ୍ଟୂ ମହାପାତ୍ର ଏବଂ ବହୁ ବିଜେଡ଼ି ନେତା, କର୍ମୀ ଓ କାଉନସିଲର୍ ପ୍ରତିନିଧିମାନେ ଉପସ୍ଥିତ ଥିଲେ I ସେହିପରି ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନୟାକଙ୍କ ନେତୃତ୍ୟରେ ବ୍ଲକ ବିଜେଡି ଟସରଫରୁ ଗୋବରା ଠାରେ ବିଜୁ ପଟନାୟକ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ବିଜେଡ଼ି ପ୍ରତିଷ୍ଠା ହେବାର 27 ବର୍ଷ ପୂର୍ତ୍ତି ହୋଇ 28 ବର୍ଷ ଚାଲିଥିବା ବେଳେ ବିଜେଡିକୁ ଲୋକେ ବହୁ ମାତ୍ରାରେ ସମର୍ଥନ ଦେଇ ଏକ ସ୍ଥାୟୀ ସରକାର ଗଠନ କରିବାରେ ସହାୟକ ହୋଇଥିଲେ I ବର୍ତ୍ତମାନ ବିଜେଡି ସରକାରରେ ନଥିଲେ ମଧ୍ୟ ବିଜେଡି ଲୋକଙ୍କୁ ସେବା ଜାରି ରଖିଛି ଏବଂ ଆଗାମୀ ଦିନରେ ସବୁ ପ୍ରକାର ସୁବିଧା ଅସୁବିଧାରେ ବିଜେଡି ଲୋକଙ୍କ ସହ ସାମିଲ୍ ହେବ ବହୁନେତା ପ୍ରକାଶ କରିଥିଲେ I ଏହି ଅବସରରେ ବିଜେଡି ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା I

Leave A Reply

Your email address will not be published.