ଓସ୍‌ମେ ଏବଂ ସିଡ୍‌ବି ମଧ୍ୟରେ ଏମଓୟୁ ସ୍ୱାକ୍ଷର

3

ଭୁବନେଶ୍ୱର: ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ( ଓସ୍‌ମେ) ୧୯ ଡିସେମ୍ବର, ୨୦୨୪ ରେ ଭୁବନେଶ୍ୱର ଠାରେ ଆୟୋଜିତ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ସ୍ମଲା ଇଣ୍ଡଷ୍ଟ୍ରିଜ଼ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ (ସିଡ୍‌ବି) ସହିତ ଏକ ଏମଓୟୁ ସ୍ଵାକ୍ଷର କରିଛି । ଏମଓୟୁର ଏକ ଅଂଶ ଭାବରେ, ଓସମେ ଏହାର ସଦସ୍ୟ ଉଦ୍ୟୋଗୀମାନଙ୍କ ଠାରୁ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନ ପାଇବା ସହ ଯାଞ୍ଚ ପରେ ସିଡ୍‌ବି କୁ ପଠାଇବ ଏବଂ ସିଡ୍‌ବି ସମସ୍ତ ପ୍ରମାଣପତ୍ର ଯାଞ୍ଚ ପରେ ଏହି ସଦସ୍ୟମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଇବ |
ଏହା ସହିତ ସିଡ୍‌ବି ଓସ୍‌ମେ ର ସଦସ୍ୟମାନଙ୍କୁ କ୍ୟାପେକ୍ସ ସହାୟତା ସହ, ଜ୍ଞାନ ପ୍ରସାର କର୍ମଶାଳା ଏବଂ ମୂଲ୍ୟାୟନ, ସ୍ୱୀକୃତି କିମ୍ବା ପ୍ରମାଣପତ୍ର ଇତ୍ୟାଦି ପାଇଁ ସହାୟତା ପ୍ରଦାନ କରିବ |
ଏହା ସହିତ ସିଡ୍‌ବି ଓସ୍‌ମେ ର ସଦସ୍ୟମାନଙ୍କୁ କ୍ୟାପେକ୍ସ ସହାୟତା ସହ, ଜ୍ଞାନ ପ୍ରସାର କର୍ମଶାଳା ଏବଂ ମୂଲ୍ୟାୟନ, ସ୍ୱୀକୃତି କିମ୍ବା ପ୍ରମାଣପତ୍ର ଇତ୍ୟାଦି ପାଇଁ ସହାୟତା ପ୍ରଦାନ କରିବ |
ଏହି ଅବସରରେ ସିଡ୍‌ବିର ଜିଏମ୍ ଶ୍ରୀ ପ୍ରମୋଦ କୁମାର ବିଜୟବର୍ଗିଆ ଏହି ସହଯୋଗ ପାଇଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିବା ସହ ସଂଘର ସାମର୍ଥ୍ୟ ବୃଦ୍ଧି, ସହଜରେ ଋଣ ଉପଲବ୍ଧ କରାଇବା, ଏମ୍ଏସ୍ଏମ୍ଇର ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟିକ ଅଗ୍ରଣୀ ସୃଷ୍ଟି କରିବାରେ ସିଡ୍‌ବିକୁ ସହାୟତା କରିବାରେ ଏହି ବୁଝାମଣାପତ୍ର ଗୁରୁତ୍ୱପୂର୍ଣ୍ଣ ବୋଲି ଗୁରୁତ୍ୱାରୋପ କରିଥିଲେ। ଏ ସମ୍ପର୍କରେ ମହାସଚିବ ଶ୍ରୀ ସାତ୍ତ୍ୱିକ ସ୍ୱାଇଁ କହିଛନ୍ତି ଯେ ,ଏହି ସହଯୋଗ ବିଭିନ୍ନ ହସ୍ତକ୍ଷେପ ମାଧ୍ୟମରେ ଏହି ସଂଘର ସଦସ୍ୟମାନଙ୍କର ସାମର୍ଥ୍ୟକୁ ସୁଦୃଢ଼ କରିବ । ଏହି ବୁଝାମଣାପତ୍ର ଟି ୨ ବର୍ଷ ପାଇଁ ବଳବତ୍ତର ରହିବ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ସ୍ଵତନ୍ତ୍ର ସଚିବ ବିଭୂତି ଭୂଷଣ ଦାଶ, ଆଇଇଡିଏସ୍, କଟକର ଏମ୍ଏସ୍ଏମ୍ଇ ଡିଏଫ୍ଓ ପି.କେ.ଗୁପ୍ତା, ଆରବିଆଇର ଏଫ୍ଆଇଡିଡିର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ, ନି-ଏମ୍ଏସ୍ଏମ୍ଇ ମହାନିର୍ଦ୍ଦେଶକ ଡ. ଗ୍ଲୋରି ସ୍ୱରୂପାଙ୍କ ସମେତ ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ବାଂଲାଦେଶ ଓ କେନିଆର ବହୁ ବିଦେଶୀ ପ୍ରତିନିଧିଙ୍କ ସମେତ ରାଜ୍ୟର ବହୁ ମହିଳା ଉଦ୍ୟୋଗୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.