ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ ଭଞ୍ଜନଗର ଏବଂ ସୋରଡ଼ା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ସୋରଡା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଠାରେ ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟିତ କରିବା ସହିତ ଏକ ସଭାରେ ଜନ ସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି I ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ଗାଙ୍ଗପୁର ଗାଆଁ ମୁହଁରେ ପହଞ୍ଚିବା ପରେ ସେଠାରୁ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ଏକ ବିରାଟ ପଟୁଆରରେ ତାଙ୍କୁ ପାଛୋଟି ନିଆଯାଇଥିଲା I ସେ ପ୍ରଥମେ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଗଂଜାମ ଜିଲ୍ଳା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା,ଓଏଭି ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଇଆଇଏଲ୍ ହାଇଦ୍ରାବାଦ୍ ଏବଂ ଓଡ଼ିଶା ସରକାରଙ୍କ ପଞ୍ଚ ସଖା ସେତୁର ମିଳିତ ସହଯୋଗରେ ନିର୍ମିତ ନବନିର୍ମିତ ଶ୍ରେଣୀ କୋଠରୀକୁ ଉଦ୍ଘାଟନ କରିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସରକାରଙ୍କ ମତ୍ସ୍ୟା ଓ ପଶୁ ସମ୍ପଦ ଏବଂ କ୍ଷୁଦ୍ର ଶିଳ୍ପ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଳିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଏବଂ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଅବନୀ କୁମାର ଷଡ଼ଙ୍ଗୀ,ସୀମାଞ୍ଚଳ ଶତପଥି,ସୀମାଞ୍ଚଳ ଦାସ,ଆଶୁତୋଷ ସ୍ୱାଇଁ, ନିରଞ୍ଜନ ତ୍ରୀପାଠୀ, ଅମର ପ୍ରଧାନ,ଶିକ୍ଷୟିତ୍ରୀ ସୁଜାତା ପଣ୍ଡା, କର୍ମଚାରୀ ସୁକାନ୍ତ ବିଷୋୟୀ, ଶ୍ରୀନିବାସ ବିଷୋୟୀ ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ I ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ସମସ୍ତ ଅତିଥି ଏମବିଏସ୍ କୋଲା ୟୁନିଟ୍ ରେ ପହଞ୍ଚି ଯୁବ ଉଦ୍ୟୋଗ ପତି ତଥା ଏମବିଏସ୍ କୋଲା ୟୁନିଟ୍ ମୁଖ୍ୟ ପରିଚାଳକ ବସନ୍ତ କୁମାର ବିଷୋୟୀଙ୍କ ଉଦ୍ୟମରେ ପ୍ରତିଷ୍ଠିତ ମସଲା ଫ୍ୟାକ୍ଟ୍ରିକୁ ଉଦ୍ଘାଟନ କରିଥିଲେ I ଏହି ଅବସରରେ ଆୟୋଜିତ ଏକ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବା ସହିତ କୃଷକ ଏବଂ ମାଆ ମାନଙ୍କର ପ୍ରଗତି ପାଇଁ ଉଭୟ ମୋଦୀ ସରକାର ଏବଂ ମୋହନ ସରକାର ପ୍ରତିଶୃ୍ତିବଦ୍ଧ ବୋଲି ପ୍ରକାଶ କରିଥିଲେ I ଏହା ପରେ କେନ୍ଦ୍ର ମନ୍ତ୍ରୀ ପୋଲସରା ଅଭିମୁଖେ ଯାତ୍ରା କରିଥିବା ବେଳେ ବିଧାୟକ ନୀଳମଣି ବିଷୋୟୀ ଏବଂ ସାଂସଦ ଅନିତା ଶୁଭ ଦର୍ଶିନୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଏକ ନବନିର୍ମିତ ଶ୍ରେଣୀ କୋଠରୀକୁ ଉଦ୍ଘାଟନ କରିଥିଲେ I ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟିଙ୍କ ନେତୃତ୍ୱରେ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ,ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ବିଷୋୟୀ, ପ୍ରକାଶ ଚନ୍ଦ୍ର ବିଷୋୟୀ, ରତ୍ନାକର ନାୟକ,ଦିବାକର ବିଷୋୟୀ, ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ, ଗୁରୁଜୀ ପବିତ୍ର ମୋହନ୍, ଗଣେଶ, ମିଥୁନ୍,ଦେବାଶିଷ, ବିଶ୍ୱରଞ୍ଜନ, ରିନା ଗୁରୁମାଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମାନଙ୍କ ବିଧାୟକ ସରୋଜ ପାଢୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ମନୋରଞ୍ଜନ ଦ୍ଯାନସାମନ୍ତରାୟ,ପ୍ରତାପ ନାୟକ, କୃଷ୍ଣ ଚନ୍ଦ୍ର ନାୟକ,ଜିଲ୍ଳା ବିଜେପି ସଭାପତି ବିଜୟ କୁମାର ସ୍ଵାଇଁ, ବରିଷ୍ଠ ବିଜେପି ନେତା jଶିଶିର ମିଶ୍ରଙ୍କ ସମେତ ବହୁ ନେତା, ଜନପ୍ରତିନିଧି ଏବଂ କର୍ମୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Next Post