ବେଲଗୁଣ୍ଠାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ସ୍ୱାଗତ

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଏକ ଦୀର୍ଘ କାଳୀନ ଛୁଟି ନେବାପରେ ଏଠାରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର୍ ଭାବେ କାର୍ଯ୍ୟରତ ଅମିତ୍ ରଞ୍ଜନ ହୋତା ବେଲଗୁଣ୍ଠା ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଆଜି ଶ୍ରୀ ହୋତାଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି I ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ବିଭୂପାଦ ଜେନା, ସଦସ୍ୟ ସଦାଶିବ ପାଣିଗ୍ରାହୀ, ନାରାୟଣ ପଣ୍ଡା, ଶିବରାମ ଚୌଧୂରୀ ପ୍ରମୁଖ ବ୍ଳକ୍ କାର୍ଯ୍ୟାଳୟରେ ନୂତନ ବିଡ଼ିଓ ଶ୍ରୀ ହୋତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ I ଏହି ଅବସରରେ ବିଭିନ୍ନ ପଂଚାୟତରୁ ଆସିଥିବା ସରପଞ୍ଚ ଏବଂ ସମିତିସଭ୍ୟମାନେ ମଧ୍ୟ ବିଡିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I ବେଣୀପଲ୍ଲୀ ସରପଞ୍ଚ ଦୂର୍ଗାମାଧବ ନାୟକ,ନାଟଙ୍ଗା ସରପଞ୍ଚ ସୁପ୍ରଭା ଗୌଡ଼,ଜିଲ୍ଳା ପରିଷଦ ପ୍ରତିନିଧି ଚନ୍ଦ୍ର ଶେଖର ନାୟକ, ସମିତି ସଭ୍ୟ ବିଭୂପାଦ ଜେନା, ସୁଧାଂଶୁ ଶେଖର ପୋଲାଇ, ରାଜୀବ ଲୋଚନ ନାଇକ, ମମତା ଭୋଳ, ପିନାକୀନି ବିଷୋୟୀ, ପୂର୍ବତନ ସରପଞ୍ଚ , ସୀମାଞ୍ଚଳ ବିଷୋୟୀ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ଗୌଡ଼ ଙ୍କ ସମେତ ବହୁ ଜନ ପ୍ରତିନିଧି ବିଡିଓ ଶ୍ରୀ ହୋତାଙ୍କୁ ସ୍ୱାଗତ କରିଥିଲେ I ଆଗାମୀ ଦିନରେ ବ୍ଳକ୍ ର ଊନ୍ନୟନ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ I

Leave A Reply

Your email address will not be published.