ଚଇତି “ଇଡିତାଲ” ଉତ୍ସବ ଅବସରରେ ସାହିତ୍ୟ ଆସର।

3

ନିଜ ମାତୃଭାଷା ବଞ୍ଚିଲେ ଜାତିର ଉନ୍ନତି ହେବ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ନିଜ ମାତୃଭାଷା ବଞ୍ଚିଲେ ଜାତିର ଉନ୍ନତି ହେବ। ସମାଜର ହୀତରେ ଲେଖକ ମାନେ କଲମ ଚଲାଇବା ସହ ଓଡ଼ିଆ ବହି କ୍ରୟ କରି ପଢିବା ଅଭ୍ୟାସ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ।ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡସ୍ତରୀୟ ଇଡ଼ତାଲ ଚଇତି ଅବସର ରେ ଗୁଣପୁର ଉପ ଜିଲ୍ଲାପାଳ ଙ୍କ ସଦଭାବ ଗୃହରେ ଆୟୋଜିତ ସାହିତ୍ୟ ଆସରରେ ଅତିଥିମାନେ ଉପରୋକ୍ତ ମତପୋଷଣ କରିଥିଲେ। ଏହି ଉତ୍ସବରେ ଗୁଣପୁର ଉପ ଜିଲ୍ଲାପାଳ କିରଣ ଦୀପ କୌର ସହଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ବିନା ସମାଜ ଗଢ଼ିବା ଅସମ୍ଭ ବୋଲି କହିବା ସହ ଭାଷା ବଞ୍ଚାଇବାକୁ ସାହିତ୍ୟ ର ଜରୁରୀ ବୋଲି କହିଥିଲେ
। ଏହି ଉତ୍ସବ ଅନ୍ୟତମ ଅତିଥି ଭାବେ ଜିଆଇଇଟି ବିଶ୍ବବିଦ୍ୟାଳୟ ଉପସଭାପତି ଡ ଚନ୍ଦ୍ରଧ୍ବଜ ପଣ୍ଡା, ,ରାମନାଗୁଡା ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ, ଗୁଣପୁର ଅତିରିକ୍ତ ତହସିଲଦାର ଆଶୁଂମାନ ପରିଡା ଡେପୁଟି କଲେକ୍ଟର ସତ୍ୟଜିତ ନାୟକ ସୁସହିତ୍ୟିକ ପ୍ରତାପ କୁମାର ରାୟ , ବ୍ଲକ ର ଉମା କାନ୍ତ ସାହୁ ମଞ୍ଚାସିନ ହୋଇ ଓଡ଼ିଆ ଭାଷା ସାହିତ୍ୟ କୁ ବଞ୍ଚାଇବାକୁ ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ଅଧିବେଶନରେ ବ୍ୟଙ୍ଗ କବି ନିଳାଞ୍ଚଳ ମିଶ୍ର,ଦୀପକ ପଣ୍ଡା, ବେବିରାଣୀ ନନ୍ଦ,ରଜନୀ ମିଶ୍ର,ଶେଷା ସାଇ ସେନାପତିଙ୍କ ସମେତ ୬୦ ରୁ ଉର୍ଦ୍ଧ କବି ଓ କବୀୟତ୍ରି ଙ୍କୁ ନେଇ କବିତା ପାଠ ଅନୁଷ୍ଟିତ ହୋଇଥିଲା । ଏହାକୁ ପ୍ରଭାତ ଶତପଥି ସିମାଞ୍ଚଳ କର , ରମେଶ ମିଶ୍ର , ଅଶ୍ଵିନୀ ତ୍ରିପାଠୀ ,ଉତ୍ତମ କୁମାର ଦାଶ ପ୍ରମୁଖ ସଂଯୋଜନା କରିଥିଲେ । ଏହି ଅବସରରେ ସାହିତ୍ୟ ସଙ୍ଗଠକ ରମେଶ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧ୍ଵନଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.