ଜାତୀୟ ଗଣିତ ଦିବସ ପାଳିତ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ କିରଣମାଳା ତିର୍କି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣିତ ଅଧ୍ୟାପକ ବିବେକ କୁମାର ଭୋଇ ଛାତ୍ରୀ ମାନଙ୍କୁ ଜାତୀୟ ଗଣିତ ଦିବସ ର ତାପ୍ତର୍ଯ୍ୟ ସମ୍ପର୍କରେ କହିଥିଲେ। ମାଡ୍ରାସ ବିଶ୍ଵବିଦ୍ୟାଳୟ ର ବିଶିଷ୍ଟ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜ ଙ୍କ ଜନ୍ମ ଦିବସ କୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଉଥିବା କହିଥିଲେ। ଗଣିତ ର ଭୂମିକା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ସମସ୍ତେ ଗଣିତ ପ୍ରତି ରୁଚି ରଖି ବାକୁ କହିଥିଲେ। ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ସଂଗୀତା କୁଦୁରୁ ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜ ଙ୍କ ଗାଣିତିକ ଆବିଷ୍କାର ଉପରେ କହିବା ସହ ରାମାନୁଜ ଙ୍କ ଗଣିତ ପ୍ରତି ଆଗ୍ରହ ଓ ସମଗ୍ର ବିଶ୍ଵରେ ଗଣିତ ଶାସ୍ତ୍ରରେ ଅତୁଳନୀୟ ଅବଦାନ ତାଙ୍କୁ ବିଶ୍ଵ ଦରବାରରେ ପରିଚିତ କରିଥିବା କହିଥିଲେ। ଗଣିତ ର ଅଜ୍ଞାତ ସତ୍ୟ ଓ ତାହାର ବ୍ୟବହାର ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ଛାତ୍ରୀ ମାନଙ୍କ ମଧ୍ୟରେ ଟେଲେଣ୍ଟ ସର୍ଚ୍ଚ,କୁଇଜ୍ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କୁଇଜ୍ ପ୍ରତିଯୋଗିତା ରେ ଚନ୍ଦ୍ରିକା ହରିଜନ ପ୍ରଥମ ଗୁଡି ଭତରା ଦ୍ଵିତୀୟ ଓ ମିନତି ଭତରା ତୃତୀୟ ସ୍ଥାନ ହାସଲ କରି ପୁରସ୍କାର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଅଧ୍ୟାପିକା ନସରିନ ଭାନୋ ସହଯୋଗ କରିଥିବା ବେଳେ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ୨୦୦ ଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.