୨୩ ତାରିଖରେ ଉଦଯାପିତ ହେବ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ – ୨୦୨୪ ଓ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା

3

https://youtu.be/ZGF9WXXM0Qg 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଗଜପତି ଉତ୍ସବର ଚତୁର୍ଥ ସଂଧ୍ୟାରେ ଜିଲ୍ଲାପାଳ -ତଥା-ଅଧ୍ଯକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ , ଗଜପତି , ବିଜୟ କୁମାର ଦାଶଙ୍କ ଅଧ୍ଯକ୍ଷତାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ ଜିଲ୍ଲା ଜଜ୍ , ଗଜପତି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଡ଼. ପବିତ୍ର ମୋହନ ସାମଲ ଜିଲ୍ଲା ଜଜ୍ , ବଲାଙ୍ଗୀର , ସୁଶ୍ରୀ ସ୍ଵାତୀ ଏସ୍ .କୁମାର , ଆରକ୍ଷୀ ଅଧିକ୍ଷକ, ରାୟଗଡା , ଶ୍ରୀଯୁକ୍ତ ବାଳମୁକୁନ୍ଦ ଭୂୟାଁ , ବିଶେଷ ସଚିବ , ପର୍ଯ୍ୟଟନ ବିଭାଗ , ଓଡ଼ିଶା , ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ହୋତା , ବିଜୁ ପଟ୍ଟନାୟକ ଏକାଡେମୀ , ଭୁବନେଶ୍ବର , ଶ୍ରୀଯୁକ୍ତ ଏସ୍.ଆନନ୍ଦ , ବନ ଖଣ୍ଡ ଅଧିକାରୀ , ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଆରକ୍ଷୀ ଅଧୀକ୍ଷକ , ଗଜପତି , ଡ.ସରୋଜ କୁମାର ପାଣିଗ୍ରାହୀ , ବୈଜ୍ଞାନିକ , ସି.ଏସ୍.ଆଇ.ଆର୍ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସଭା ମଞ୍ଚରେ ଘୋଷଣା କଲେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ଆଉ ଗୋଟିଏ ଦିନ ଅଥାର୍ଥ ୨୨ ତାରିଖ ବଦଳେ ୨୩ ତାରିଖରେ ଉଦଯାପିତ ହେବ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ – ୨୦୨୪ ଓ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ। ଚତୁର୍ଥ ସଂଧ୍ୟାରେ ଜିଲ୍ଲା , ରାଜ୍ୟ ଓ ରାଜ୍ୟ ବହାର ର ୧୪ ଗୋଟି ସାଂସ୍କୃତିକ ଦଳର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା।

Leave A Reply

Your email address will not be published.