ଆଦିବାସୀ ନାଚ ଗୀତରେ ଚଇତି ଇଡିତାଲ -୨୦୨୪ ଉଦଘାଟିତ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ସ୍ତରୀୟ ଚଇତି ଉତ୍ସବ ଇଡିତାଲ – ୨୦୨୪ ଶନିବାର ସଂନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଲଘୁ ଚାପ ଜନିତ ବର୍ଷା ପାଇଁ ଆଶା ଏଵଂ ଆଶଙ୍କାରେ ଥିବା ଚଇତି ପାଗ ଶୁଖିଲା ହେବା ପରେ କାର୍ଯ୍ୟକ୍ରମ ଧୁମ ଧାମ ର ସହ ଆରମ୍ଭ ହୋଇଥିଲା। ଚଇତି କମିଟି ର ଅଧ୍ୟକ୍ଷା ତଥା ଗୁଣପୁର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ହୋଇଥିବା କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପାରୁଲ ପଟୱାରି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଚଇତି ଆଜି ବିଶ୍ୱ ଦରବାରରେ ପହଁଛି। ଜିଲ୍ଲା ର ଲୁକ୍କାୟିତ କଳା ପ୍ରତିଭା କୁ ଉଜ୍ଜୀବିତ କରିବା ପାଇଁ ପ୍ରକୃତ ସ୍ଥାନ ହୋଇଥିବା କହିଥିଲେ। ଆଇଆରବିଏନ ର କମାଣ୍ଡେଣ୍ଟ ବ୍ରଜ ମୋହନ ନାୟକ, ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଚଇତି କମିଟି ର ଆବାହକ ଡ. ଚନ୍ଦ୍ରଧ୍ଵଜ ପଣ୍ଡା ପ୍ରମୁଖ ମଞ୍ଚlଷିନ ଥିଲେ। ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡ଼ା ସ୍ଵାଗତ ଭାଷଣ ପ୍ରଦାନ କରି ଥିବାବେଳେ ସହକାରି ଜିଲ୍ଲାପାଳ ସତ୍ୟଜିତ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରସାଶନିକ ଅଧିକାରୀ, ରାଜନେତା ଏଵଂ ଅନ୍ୟାନ୍ୟ ବିଭାଗର ଅଧିକାରୀ, ଲୋକ ପ୍ରତିନିଧି ଏଵଂ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ। କାପଡାଗୁଣ୍ଡା ର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଲହରି କୁଣ୍ଡିକା, କୃଷି ପାଇଁ ଉଳେକ୍ଣୀୟ କାର୍ଯ୍ୟ ପାଇଁ ପିତବାସ ଶବର, ଆଦିବାସୀ କଳାକାର ଶ୍ରିପତି ଗମାଙ୍ଗ, ସ୍ଵତନ୍ତ୍ର ପୁରସ୍କାର କଣ୍ଠ ଶିଳ୍ପୀ ଲକ୍ଷ୍ମଣ ଶବର, ଯୁବ ପ୍ରତିଭା ଭାବେ ଭାର ଉତ୍ତଳନକlରି ଖୁସୁବ୍ ଶବର, ବାଳ ବିଜ୍ଞାନ ପ୍ରତିଭା ସ୍ମୃତି ପ୍ରଜ୍ଞା ଦାସ, ଯୁବ ବୈଜ୍ଞାନିକ ମେଳା ରେ ପ୍ରଥମ ହୋଇଥିବା ଆୟୁଷ୍ମାନ ଚୌଧୁରୀ ଙ୍କୁ ସମ୍ମାନିତ କରାଯାଇଥିଲା। ୧୬ ଗୋଟି ସାଂସ୍କୃତିକ ଦଳ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ଙ୍କ ଦ୍ଵାରା ମଧ୍ୟ କାର୍ଯ୍ୟକ୍ରମ ହୋଇଥଲା l ରବିବାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ l କେନ୍ଦ୍ରୀୟ ବିଦ୍ୟାଳୟ ପଡ଼ିଆ ଚଇତି ପଇଁ ବିଭିନ୍ନ ପ୍ରକଳ୍ପ କୁ ନେଉ ଷ୍ଟଲ ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା l

 

Leave A Reply

Your email address will not be published.