ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଗଜପତି ଉତ୍ସବର ତୃତୀୟ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ଯକ୍ଷତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ ଯୋଗଦାନ କରିଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଯତିନ୍ଦ୍ର କୁମାର ପଣ୍ଡା , ପ୍ରଫେସର ତ୍ରିନାଥ ପ୍ରସାଦ ରଥ , ଉପ ଜିଲ୍ଲାପାଳ ଅନୁପ ପଣ୍ଡା , ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷା , ଶ୍ରୀଯୁକ୍ତ ଶିବପ୍ରସାଦ ହୋତା, ଆଲୁମିନି ଅଧ୍ୟାପକ, ଆଇ.ଆଇ.ଟି, ଇନ୍ଦୋର , ଇଂ.ସୁରେଶ ଚନ୍ଦ୍ର ମହାରଣା, ପୂର୍ବତନ ଇ.ଆଇ.ସି , ଓଡ଼ିଶା ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବର୍ଷା ଯୋଗୁ ତୃତୀୟ ସଂଧ୍ୟା ର ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ତୃତୀୟ ସଂଧ୍ୟାରେ ୫ ଗୋଟି ନୃତ୍ୟ ଦଳ ପାରଳାଖେମୁଣ୍ଡି ର ନଟରାଜ କଳାକ୍ଷେତ୍ରମ୍ , ପଶ୍ଚିମବଙ୍ଗ ର ପୁରୁଳିଆ ଛଉ , ମାଲକାନଗିରି ର କୋୟ ନୃତ୍ୟ , ମହାରାଷ୍ଟ୍ର , ବରଗଡ଼ ର ଧପ ନୃତ୍ୟ ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିବା ସହ ସାଂସ୍କୃତିକ ସନ୍ଧ୍ୟାର ଭରପୁର ମଜା ଉଠାଇ ଥିଲେ ଦର୍ଶକ।