ଭୁବନେଶ୍ୱର : ସହିଦ୍ ନଗର ଠାରେ ଡିଭାଇନ୍ ଭୋଗ୍ ନାମକ ଏକ ଫ୍ଯାମିଲୀ ସେଲୋନ୍ ଉଦ୍ଘାଟିତ ହୋଇଯାଇଛି। ସେଲୋନ୍ ର ଉଦଘାଟନୀ ସନ୍ଧ୍ୟାରେ ଅତିଥି ଭାବେ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ଅଭିନେତା ଓ ବିଧାୟକ, ଦିଗପହଣ୍ଡି, ଶ୍ରୀମତୀ ସୁଲୋଚନା ଦାସ ମେୟର, ଭୁବନେଶ୍ୱର ନଗର ନିଗମ ଓ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ବିଧାୟକ, ଭୁବନେଶ୍ୱର-ଉତ୍ତର ଆଦି ଯୋଗଦେଇଥିଲେ। ପ୍ଲଟ ନଂ 797, ଶିବମ୍ ହୋଣ୍ଡା ଶୋ ରୁମ୍ ନିକଟସ୍ଥ ଏହି ସୁନ୍ଦର ସେଲୋନ୍ ଟି ଶ୍ରୀମତି ସୁମିତ୍ରା ମହାପାତ୍ର ଓ ଶ୍ରୀମତୀ ବୈଶାଳୀ ନନ୍ଦ ଙ୍କ ମିଳିତ ସହଯୋଗରେ ପରିଚାଳିତ ହେବାସହ ଏଠାରେ ଉଚ୍ଚକୋଟୀର ସରଞ୍ଜାମ ବ୍ୟବହାରରେ ଉତ୍ତମ ଧରଣର ସେବା ଯୋଗାଇ ଦିଆଯିବ। ଏହା ଏକ ପାରିବାରିକ ସେଲୋନ୍ ହୋଇଥିବାରୁ ଶିଶୁଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଉଦ୍ଧିଷ୍ଟ ହୋଇପାରିବ। ଏହି ସେଲୋନ୍ ରେ ମୁଣ୍ଡଠୁ ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ସବୁ ନିମନ୍ତେ ବିଭିନ୍ନ ପ୍ରକାରର ସେବା ଉପଯୁକ୍ତ ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଶ୍ରୀମତି ସୁମିତ୍ରା କହିଥିବା ବେଳେ, ନିଜର ବ୍ୟସ୍ତବହୁଳ ସମୟରୁ କିଛି ସମୟ ନିଜ ପାଇଁ ବାହାର କରି ଏହି ସେଲୋନରେ ବିଭିନ୍ନ ସେବା ଉପଲବ୍ଧ କରିବାକୁ ସାଦର ଆମନ୍ତ୍ରଣ କରିଛନ୍ତି ଶ୍ରୀମତି ବୈଶାଳୀ। ଯେକୌଣସି ସେବା ବିଷୟରେ ଜାଣିବାକୁ ଚାହୁଁଥିଲେ 9938842177 ନମ୍ଵର ରେ ଯୋଗାଯୋଗ କରିବା ପାଇଁ ଉଭୟ ପ୍ରତିଷ୍ଠାତା କହିଛନ୍ତି।
