ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତ୍ୟେକ ମହିଳା ଓ ଶିଶୁଙ୍କ ଉନ୍ନତି କରଣ ଓ ଜନସାଧାରଣ ଙ୍କୁ ଜାଗ୍ରତ କରିବା ନିମନ୍ତେ ଭଞ୍ଜନଗର ବ୍ଳକ୍ ର ” ମହିଳା ଓ ଶିଶୁ ବିକାଶ” ବିଭାଗ ତରଫରୁ ବିଭିନ୍ନ ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଅଛି।
ସେହିପରି ଭାବରେ ଆଜି ଡିସେମ୍ବର ମାସ ୧୮ ତାରିଖ ବୁଧବାର ଦିନ ପୁର୍ବାହ୍ନ ସମୟରେ ଭାଲିଆଖାଇ ଗ୍ରାମରେ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଜନଜାଗରଣ ନିମନ୍ତେ ଏକ ଦାସକାଠିଆ ଲୋକନୃତ୍ୟ ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ଗ୍ରାମର ସମସ୍ତ ମହିଳା ଏବଂ ପୁରୁଷ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତି ଲିଲିମା କୁମାରୀ ପଣ୍ଡା, ସ୍ଥାନୀୟ ଅଞ୍ଚଳ ପରିଦର୍ଶିକା ଶ୍ରୀମତି ଲକ୍ଷ୍ମୀ ସାହୁ, ଅଗଂନବାଡି କର୍ମୀ ରାଜ କୁମାରୀ ପାତ୍ର, ସୁବାସିନୀ ରଥ, ସସ୍ମିତା ଗୈ।ଡ଼, ସାହାଯ୍ୟ କାରିଣୀ ଶଶି ଗୈ।ଡ଼, ମନ୍ଦାକିନୀ ଭୁୟାଁ, ଓ ଆଶା କର୍ମୀ ମାନଙ୍କ ସହିତ ପି.ଆର୍.ଜେ ର ସଭ୍ୟସଭ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ସ୍ଥାନୀୟ ବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମ କୁ ବୁଝିଥିଲେ। ଏହି କାର୍ଯ୍ୟକ୍ରମ ରେ ଲୋକନୃତ୍ୟ ଦାସକାଠିଆ ମାଧ୍ୟମରେ ଶିଶୁ ବିକାଶ ଯୋଜନା ର ସମସ୍ତ ସେବା ସହିତ, ବାଲ୍ୟବିବାହ, ଶିଶୁ ଶ୍ରମିକ, କୁ ପୋଷଣ, ଲିଂଗ ଗତ ଭେଦଭାବ, ପରିଷ୍କାର ପରିଚ୍ଛନ୍ନତା, ନବଜାତ ଶିଶୁର ଯତ୍ନ, କିଶୋରୀ ବାଳିକାମାନଙ୍କ ର ବିଭିନ୍ନ ସମସ୍ୟା ଇତ୍ୟାଦି ବିଷୟ ର ସରଳ ସମାଧାନ ସହିତ ଜନଜାଗରଣ ସଚେତନତା ଉପରେ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଗ୍ରାମବାସୀ ବୃନ୍ଦ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post