ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରେ ଗତ କାଲି ଉଦଘାଟିତ ହୋଇଯାଇଛି କୃଷି ଯନ୍ତ୍ରପାତି ମେଳା। ପାଞ୍ଚ ଦିନ ଚାଲିବାକୁ ଥିବା ଏହି ମେଳା ରେ କୃଷି ତଥା ଆନୁସାଙ୍ଗିକ ବିଭାଗ ଦ୍ଵାରା ବିଭିନ୍ନ ଷ୍ଟଲ ହୋଇଥିବା ବେଳେ ମେଳା ରେ ସ୍ଥାନିତ ହୋଇଅଛି ବୈଜ୍ଞାନିକ ଜ୍ଞାନ କୌଶଳ ରେ ନିର୍ମିତ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି। ଯାହା କୃଷି କ୍ଷେତ୍ରରେ ଉନ୍ନତି ସହିତ ଚାଷୀଙ୍କର ଆୟ କୁ ମଧ୍ୟ ଦ୍ଵିଗୁଣିତ କରିବାରେ ସହାୟକ ହେବ ।
କୃଷି ଯନ୍ତ୍ରପାତି ଉପରେ ସବସିଡି ଦର ରେ ବିକ୍ରୟ ନିମନ୍ତେ ଜିଲ୍ଲାକୁ ୧୭ କୋଟି ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଏବଂ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ଦିବସ ରୁ ଆରମ୍ଭ ରୁ ହିଁ ଏହି ଲକ୍ଷ୍ୟ ପୂର୍ଣ୍ଣ ହୋଇଥିଲା। ଅନେକ ଆଶାୟୀ ଚାଷୀ ଯେଉଁମାନେ କି ସବସିଡି ଦର ରେ କୃଷି ଯନ୍ତ୍ରପାତି କ୍ରୟ ରୁ ବଞ୍ଚିତ ଥିଲେ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଙ୍କୁ ଏହି ସଂକ୍ରାନ୍ତ ରେ ଅବଗତ କରିଥିଲେ।
ଜିଲ୍ଲାପାଳ ଶ୍ରୀ ମହାଜନ ଏହି ସଂପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକ ଙ୍କ ସହିତ ଯୋଗାଯୋଗ କରି ସୁନ୍ଦରଗଡ଼ ଜିଲ୍ଲା ନିମନ୍ତେ ଅତିରିକ୍ତ ଲକ୍ଷ୍ୟ ଦିଆଯିବା ନେଇ ଆଲୋଚନା କରିଥିଲେ। । ବର୍ତ୍ତମାନ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ଅତିରିକ୍ତ ୬ କୋଟି ର ଲକ୍ଷ୍ୟ ପ୍ରଦାନ କରାଯାଇଛି। ବର୍ତମାନ ଇଚ୍ଛୁକ ଚାଷୀ ମାନେ ସବସିଡି ଦର ରେ କୃଷି ଯନ୍ତ୍ରପାତି କ୍ରୟ କରିପାରିବେ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.