ଦେଶୀମଦ ଚୋରାଚାଲାଣ ବେଳେ ପୋଲିସର ଚଢ଼ାଉ : ୩ ଗିରଫ

3

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମଜେନା ) : ଦେଶୀମଦ ଚୋରାଚାଲାଣ ଚାଲିଥିବା ଖବରପାଇ ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ଙ୍କ ତତ୍ତ୍ଵାବଧାନତାରେ ଚଢ଼ାଉ କରି ପୋଲିସ୍ ତିନି ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦୁପାଟ ଗ୍ରାମର ତୋଟା ମାଳରୁ ଦେଶୀମଦ ୪୧.୫ ଲିଟର ଜବତ୍ କରି ଥିବା ସହ ଜଣଙ୍କୁ ଗିରଫ କରି ଥିଲେ ,ସେ ହେଲେ କଦଳୀ ବସନ୍ତ ଗ୍ରାମ ର ପାଣ୍ଡା ନାହାକ ପିତା -ସହଦେଵ ନାହାକ,ଙ୍କ ବିରୁଦ୍ଧରେ କେଶ୍ ନମ୍ବର ୧୦୨୭/୨୪ ଥାଇ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ ହୋଇ ଥିବା ଜଣାପଡ଼ିଛି। ସେହିପରି ନାରାୟଣୀ ଛକରୁ ଦୁମାନଙ୍କୁ ଧରିବାରେ ପୋଲିସ ସଫଳ ଅର୍ଜନ କରିଛନ୍ତି। ଏମାନେ ହେଲେ, ଦୀପକ କୁମାର ସାହୁ ପି -ଅଶୋକ କୁମାର ସାହୁ,ଗ୍ରାମ – ଭେଜିପୁଟ ଥିବା ବେଳେ ଅନ୍ୟ ଜଣେ ହେଲେ ରଞ୍ଜନ ଭଙ୍ଗ , ପିତା – ପ୍ରଦୀପ ଭଙ୍ଗ, ପଥରା ଗାଁ ବୋଲି ପୋଲିସ କହିଛି।ଇଜଣ ଆସାମୀ ଉକ୍ତ ଆସାମୀମାନଙ୍କ ଠାରୁ ୪୦୦ ଲିଟର୍ ଦେଶୀମଦ ସାଙ୍ଗକୁ ଧଳା ମହେନ୍ଦ୍ର ଅଟୋ ନମ୍ବର OD-07 AW 6083 କୁ ଜବତ କରି ଉଭୟ ଙ୍କ ନାମରେ କେଶ୍ ନମ୍ବର ୧୦୨୮/୨୪ ପ୍ରକାରେ କୋର୍ଟ କୁ ଚାଲାଣ କରାଯିବା କଥା ,ଥାନା ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ପ୍ରକାଶ କରିଥିଲେ। ଏଥିରେ କର୍ତ୍ତବ୍ୟ ରତ ଥିଲେ, ସବ୍ ଇନ୍ସପେକ୍ଟର ଦେବଦତ୍ତ ପ୍ରିୟଦର୍ଶି, ସବ୍ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର କିଶାନ୍ ,ଭେଜିପୁଟଫାଣ୍ଡି ସବ୍ ଇନ୍ସପେକ୍ଟର ଭକ୍ତଚରଣ ମୁଖୀ,ଏ ଏସ୍ ଆଇ ଉମା ଚରଣ ପ୍ରଧାନ, ରମାକାନ୍ତ ନାୟକ,ଓଅଜୟ କୁମାର ବେହେରା ବୋଲି ଜଣାପଡିଛି।

 

Leave A Reply

Your email address will not be published.