ଖଇର କାଠ ସହ ମିନି ଟ୍ରକ୍ ଜବତ।

3

ପଦ୍ମପୁର :- ପଦ୍ମପୁର ବନ ବିଭାଗ ପକ୍ଷରୁ ସାହାଜବାହାଲ ରୁ ଜଗଲପାଟ ରାସ୍ତାରେ ଏକ ଖଇର କାଠ ବୋଝେଇ ମିନି ଟ୍ରକ ନଂ. (ଓ.ଆର୍ ୦୩ ଜି ୩୭୧୪) କୁ ଜବତ କରିଛନ୍ତି। ଏହି ଚୋରା କାଠ ଚାଲାଣ ଅଭିଯୋଗ ରେ ଟେ ଟେଙ୍ଗନାପାଲି ଗ୍ରାମର ଲକ୍ଷ୍ମଣ ବରିହା ନାମକ ଜଣେ ଯୁବକ କୁ ଅଟକ ରଖି ପଚରାଉଚରା କରାଯାଉଛି ଏବଂ ଜବତ କାଠ ର ଓଜନ ୩.୫ ଟନ ଓ ଆନୁମାନିକ ମୂଲ୍ଯ ୩ ଲକ୍ଷ ୫୦୦୦୦ ଟଙ୍କା ହେବ ବୋଲି ଡେପୁଟି ରେଞ୍ଜର ସୁଦାମ ଜଗଦଲା ସୂଚନା ଦେଇଛନ୍ତି। ଏହି ଚଢାଉ ରେ ଡେପୁଟି ରେଞ୍ଜର ସୁଦାମ ଜଗଦଲା, ବନପାଲ ଦିବାକର ପଧାନ, ସ୍କ୍ୱାର୍ଡ ମାନ ଠେଟୁଆ, କେଶ ବୁଡେକ, ବାସୁଦେବ ସାହୁ, ଗଣେଶ ସାହୁ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.