ଚିନାଜୁରୀ ଠାରେ ୫ଦୀନଧରି ଚାଲିଥିବା ମହାଲକ୍ଷ୍ମୀ ପୂଜାର ଜଳନ୍ଧର ଦରଵାର ଉଦଯାପିତ : ମାଁ ଙ୍କ ଭଷାଣୀ।

3

ସୁବର୍ଣ୍ଣପୁର,୧୭/୧୨/୨୦୨୪ ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଚିନାଜୁରୀ ମହାଲକ୍ଷ୍ମୀ ପୂଜା କମିଟି ତରଫ ରୁ ମହା ଆଡମ୍ବର ରେ ଚାଲିଥିବା ମହାଲକ୍ଷ୍ମୀ ପୂଜା ଆଜି ଉଦଯାପିତ ହୋଇଯାଇଛି। ମା ମହାଲକ୍ଷ୍ମୀଙ୍କ ବିସର୍ଜନ କରାଯାଇଥିଲା ।ଜଳନ୍ଧର ଦରବାର ରେ ଅତିଥି ଭାବରେ ସିଆରପିଏଫ ଯବାନ ନରେନ୍ଦ୍ର ଛତର, ସମାଜସେବୀ ବରୁଣ ସୁନା ଓ ରବୀନ୍ଦ୍ର ଦୀପ ଯୋଗ ଦେଇଥିଲେ। ଗତ ତା ୧୧/୧୨/୨୦୨୪ ରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ରେ ବୁଧବାର ଦିନ କଳସ ଶୋଭଯାତ୍ରା କରି ସ୍ଥାପନ କରାଯାଇଥିଲା, ଗୁରୁବାର ଦିନ ପୂଜା ଆରମ୍ଭ କରାଯାଇଥିଲା,କର୍ତ୍ତା ଭାବରେ ସୁଧାକର ପାଲ ସପତ୍ନିକ ପୂଜାରେ ବସିଥିଲେ, ମୀନାବଜାର ଓ ଜଳନ୍ଧର ଦରବାର କୁ ଡୁଙ୍ଗୁରିପାଲି ଥାନା ର ଭାରପ୍ରାପ୍ତ ଥାନା ଅଧିକାରୀ ସତ୍ଯ ନାରାୟଣ ପଧାନ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଶୁକ୍ରବାର ଦିନ ସାନନୂଆଁପାଲି ଓ ଗଧାପାଲି ର ମହିଳା ସଂକୀର୍ତ୍ତନ ଦଳ ତରଫରୁ ବୈଠକି କରାଯାଇଥିଲା, ଶନିବାର ଦିନ ମହାପ୍ରସାଦ ସେବନ କରାଯିବା ସହିତ ଭାଗ୍ଯଶ୍ରୀ ମହିଳା ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା, ତୃତୀୟ ଦିନ ର ଅତିଥି ଭାବରେ ସାମ୍ବାଦିକ ପବିତ୍ର ମୋହନ ପାଣ୍ତିଆ, ଦୀନବନ୍ଧୁ ସୁନା, ପ୍ରକାଶ ହାତୀ, ସୁଦାମ ସାହୁ ଓ ମହାଦେବ ଗଡତ୍ଯା ଯୋଗ ଦେଇଥିଲେ। ରବିବାର ଦିନ ର ଅତିଥି ଭାବରେ ସମାଜସେବୀ ଲକ୍ଷ୍ମଣ ଦଣ୍ଡସେନା ଯୋଗ ଦେଇଥିଲେ । 

ଅଞ୍ଚଳବାସୀଙ୍କ ସହଯୋଗ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୂଜା କମିଟି ର ସଭାପତି ନିତେଇ ପାଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ଯମାନଙ୍କ ମଧ୍ଯ ରେ ତପିନ୍ଦ୍ର ସୁନା, ସୁରୁଦୀପ, ରଘୁମଣି ନାଏକ,ବେଣୁଧର ସୁନା, ଖଗେଶ୍ବର ପାଲ,କାହ୍ନୁ ଚରଣ ଛତର, ସୁମନ୍ତ ପାଲ, ହୃଦଯ ସିଂ, ସୁରେଶ ସୁନା, ଯଦୁମଣି ନାଏକ, ବିରୁତ ପାଲ, ଅକ୍ଷୟ ପାଲ,ବେଣୁଧର ସୁନା, ନିଲାମ୍ବର ସୁନା, ଅମୀନ ଦୀପ, ରଶ୍ମିରଞ୍ଜନ ଛତର, ସୁମନ ଦୀପ ଲୋକନାଥ ସୁନା, ରୋସନ ସୁନା ଭୋନାଥ ପାଲ ପ୍ରଭୁତି ସହଯୋଗ କରିଥିଲେ।

Leave A Reply

Your email address will not be published.