-
ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ମାଗଣା ପୁସ୍ତିକା କୁ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ ଉଦ୍ୟମ
-
ଉଚ୍ଚସ୍ତରୀୟ ତଦନ୍ତ ଖୋଲିବ ଦୁର୍ନୀତିର ଚେର l
କୁଚିଣ୍ଡା (ଲିପନ ନାଏକ ): ଜମନକିରା ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜମନକିରା ବ୍ଲକ ଅନ୍ତର୍ଗତ ପ୍ରାୟ ୨୪୧ ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଛି ଓ ଏହି ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ପୁସ୍ତିକା ପ୍ରଦାନ କରାଯାଇଛି। ଏହି ପୁସ୍ତିକା ପାଇଁ ପ୍ରତି ଅଙ୍ଗନବାଡି କେନ୍ଦ୍ରରୁ ୧୧୦୦ ଟଙ୍କା ଉକ୍ତ କାର୍ଯ୍ୟାଳୟ ଅଧିକାରୀଙ୍କ ନିର୍ଦେଶରେ ଜଣେ ବ୍ୟବସାୟୀ ଙ୍କୁ ପ୍ରଦାନ କରାଯାଇଛି। ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇ ଥିବା ପୁସ୍ତିକା ମଧ୍ୟରୁ ଦୁଇଟି ପୁସ୍ତିକା ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ପ୍ରଦାନ କରାଯାଇଛି ଓ ଏହି ପୁସ୍ତିକା ବିକ୍ରି ପାଇଁ ଉଦ୍ଧିଷ୍ଟ ନୁହେଁ ବୋଲି ପୁସ୍ତିକାରେ ଉଲ୍ଲେଖ କରାଯାଇଛି କିନ୍ତୁ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ନୁଆ ଅରୁଣିମା ଅଭ୍ୟାସ ପୁସ୍ତିକା ଭାଗ-୧ ପାଇଁ ୨୫୦ ଟଙ୍କା ଓ ନୁଆ ଅରୁଣିମା ଅଭ୍ୟାସ ପୁସ୍ତିକା ଭାଗ-୨ ପାଇଁ ୨୫୦ ଟଙ୍କା ଲେଖା ନିଆଯାଇଥିବା ରସିଦ ରେ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ପୁସ୍ତିକା ଗୁଡିକ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଃଶୁଳ୍କ ରେ ଜମନକିରା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ କୁ ପ୍ରଦାନ କରାଯାଇଛି ଓ ଏହି ପୁସ୍ତକ ଗୁଡ଼ିକ ଜଣେ ବ୍ୟବସାୟୀ ପକ୍ଷରୁ ପ୍ରତି ଅଙ୍ଗନବାଡି କେନ୍ଦ୍ର ରେ ପ୍ରଦାନ କରିବାକୁ ଜମନକିରା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି | ହେଲେ ଏହି ସରକାରି ପୁସ୍ତିକା ଉକ୍ତ ବ୍ୟବସାୟୀ ଙ୍କ ପାଖରେ କିପରି ପହଁଚିଲା ଓ କାହିଁକି ଏହି ଉଭୟ ପୁସ୍ତିକା ପାଇଁ ୫୦୦ ଟଙ୍କା ରସିଦ ରେ ଉଲେଖ କରି ଜମନକିରା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ଜରିଆରେ ନିଆ ଯାଉଛି ତାହା ଉଛ ସ୍ତରୀୟ ତଦନ୍ତ ସାପେକ୍ଷ। ଗୋଟିଏ ଅଙ୍ଗନବାଡି କେନ୍ଦ୍ରରୁ ଯଦି ୫୦୦ ଟଙ୍କାର ଦୁର୍ନୀତି ହୁଏ ତା ହେଲେ ଜମନକିରା ବ୍ଲକ ଅନ୍ତର୍ଗତ ୨୪୧ ଗୋଟି ଅଙ୍ଗନବାଡି ରୁ ପ୍ରାୟ ୧,୨୦,୫୦୦ ଟଙ୍କା ଆତ୍ମସାତ ହୋଇଥିବାର ଅନୁମାନ କରାଯାଉଛି | ହେଲେ କେବଳ ଏତିକି ନୁହେଁ ଏହା ବ୍ୟତୀତ ଏହି କାର୍ଯ୍ୟାଳୟରେ ପୂର୍ବରୁ ଅନେକ ଦୁର୍ନୀତିର ଅଭିଯୋଗ ହେଇଥିଲେ ମଧ୍ୟ ପୂର୍ବ ସରକାରଙ୍କ ଏହି କାର୍ଯ୍ୟଳୟ ପ୍ରତି ଅନୁକମ୍ପା ରହିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା ବର୍ତମାନ ନୂତନ ସରକାର ଲୋକଙ୍କ ସରକାର ଏହି ଘଟଣାକୁ ସମ୍ବେଦନଶୀଳ ଭାବେ ନେଇ କିଭଳି ପଦକ୍ଷେଫ ନେବେ ତାହା ଦେଖିବାକୁ ରହିଲା। ଏ ସମ୍ପର୍କ ରେ ଜମନକିରା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରିଣୀ ଶ୍ରୀମତୀ ମମତା ପଟେଲଙ୍କୁ ପଚାରିବାରୁ ମୁଁ ଆପଣଙ୍କ ଠାରୁ ଘଟଣା ସମ୍ବନ୍ଧରେ ଜାଣିଲି ମୁଁ ଏହାର ତଦନ୍ତ କରିବି ବୋଲି ପ୍ରତିକ୍ରିୟା ଦେଇଥିଲେ।