https://youtu.be/yfiwj6wgSxY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକରଣ ସାହି ଠାରେ ନିତ୍ୟାନନ୍ଦ ପାଠାଗାରର ଏକାଦଶ ବାର୍ଷିକୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ପାଠାଗାରର ସଭାପତି ଗୌରହରି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ବିଶିଷ୍ଟ ଶିକ୍ଷାବିତ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା ଯୋଗ ଦେଇ ଥିବା ବେଳେ ଉପ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଓ ଅନୁଷ୍ଠାନ ର ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ଅମ୍ଳାନ ପ୍ରତିଭାଧର ଜନପ୍ରିୟ ଦିବଂଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କର ନାମରେ ଏହି ପାଠାଗାର ଉତ୍ସର୍ଗିକୃତ। ଯେ ଜଣେ ଅପ୍ରତିଦ୍ୱନ୍ଦୀ ସମାଜସେବୀ , ରାଜନୀତିଜ୍ଞ , ବୁଦ୍ଧିଜୀବି ତଥା ଜଣେ କର୍ମଠ ପୁରୁଷ ଥିଲେ। ବିଶେଷ କରି ଶିକ୍ଷାପ୍ରତି ତାଙ୍କର ବିଶେଷ ଅନୁରାଗ ଥିଲା ଏବଂ ତାଙ୍କର ଲକ୍ଷ୍ୟ ଥିଲା ଆମ ପରିସର ଆମ ଜିଲ୍ଲାର ନୂଆପିଢୀର ସୁନେଲି ଭବିଷ୍ୟତ ଗଠନ । ଏହାକୁ ଆଧାର କରି ତାଙ୍କରି ସ୍ମୃତିରେ ଏହି ପାଠାଗାର ସ୍ଥାପନ କଲୁ ଏବଂ ଏହି ପାଠାଗାରର ବିଭିନ୍ନ ପତ୍ରପତ୍ରିକା ଠାରୁ ଆରମ୍ଭ କରି ବହି ମାଗାଜିନ ଏବଂ ବିଶେଷ କରି ନୂଆପିତୀଙ୍କର ଲୁପ୍ତ ପ୍ରତିଭାକୁ ଭାଗ୍ରତ କରିବା ଏବଂ ବିକଶିତ କରିବାର ଲକ୍ଷ୍ୟ ରହିଛି ବୋଲି ଅତିଥି ନିଜ ବକ୍ତବ୍ୟରେ କହିଥିଲେ।
ଅନୁଷ୍ଠାନ ର ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଆବାହକ ସ୍ବାଗତ ସମ୍ଭାଷଣ ବିଚିତ୍ରାନନ୍ଦ ବେବର୍ତ୍ତା ଓ କୈଳାସ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ନିତ୍ୟାନନ୍ଦ ସ୍ମାରକ ପ୍ରତିଭା ସମ୍ମାନ ରେ ନରସିଂହ ଗୌଡ ଓ ଆଦର୍ଶ ଦାସ ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଯଥା ତର୍କ , ଏକକ ଅଭିନୟ , ଚିତ୍ରାଙ୍କନ , ସୃଜନାତ୍ମକ ଲିଖନ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଭାକାର୍ଯ୍ୟ ପରେ ଅରୁପାଞ୍ଜଳି ମହାନ୍ତିଙ୍କ ସଂଯୋଜନାରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ, ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁ ଶ୍ରୀକୈଳାଶ ଚନ୍ଦ୍ର ପଟ୍ଟନାୟକ ଓ ସାଥୀଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ରବିନାରାୟଣ ଚୌଧୁରୀ , କ୍ୟାପ୍ଟେନ ମଲ୍ଲିକାର୍ଜୁନ ପଟ୍ଟନାୟକ , ସଦାନନ୍ଦ ପଟ୍ଟନାୟକ , ଲକ୍ଷ୍ମୀକାନ୍ତ ପଟ୍ଟନାୟକ ପରିଚାଳନା ରେ ସହଯୋଗ କରିଥିଲେ।