ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ଚାରିଦିନ ଧରି ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ

3

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ଚାରିଦିନ ଧରି ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରଥମଦିନରେ ସମୁଦ୍ର ମନ୍ଥନ  ଅନୁଷ୍ଠିତ ହୋଇଥିଲା l ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ରିତା ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ବ୍ଲକ୍ ଚେୟାରମେନ ମୋତିରାମ ସାହୁ, ପୂଜା କମିଟିର ସଭାପତି ନେତ୍ରାନନ୍ଦ ମେହେର, ଉପସଭାପତି ତେଜରାଜ୍ ମେହେର , ସମ୍ପାଦକ ବିରକିଶୋର୍ ମେହେର , ସହସଂପାଦକ ଅଙ୍କିତ ପଧାନ , କୋଷାଧ୍ୟକ୍ଷ ସାଗର ବେହେରା , ନାଟ୍ୟକାର ମୋହନ ସିଂହ କହ୍ନେଇ ପ୍ରଭୃତି ଉକ୍ତ ସଭାରେ ଯୋଗଦାନ କରିଥିଲେ ।ସମୁଦ୍ର ମନ୍ଥନରେ ମା ଲକ୍ଷ୍ମୀଙ୍କ ଆବିର୍ଭାବ ପରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଚାରିଦିନ ବ୍ୟାପି   ମା ଲକ୍ଷ୍ମୀଙ୍କ ସମେତ ଅଗ୍ରପୂଜ୍ୟ ଗଣେଶ ଓ ବିଦ୍ୟାଦାତ୍ରୀ  ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା l ପ୍ରତିଦିନ ଲୋକଙ୍କ ମନୋରଞ୍ଜନ ସକାଶେ ସନ୍ଧ୍ୟାରେ ସରଗମ୍ ,(ଢେଙ୍କାନାଳ) , କୋଶଳ ସାଂସ୍କୃତିକ ଅନୁଷ୍ଠାନ ,(ବଲାଙ୍ଗିର)ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ,(ପୁରୀ), ସମ୍ଭବ କଳା ପରିଷଦ(ବଲାଙ୍ଗିର) ଗଡ୍ ମେକର(କେନ୍ଦ୍ରାପଡ଼ା) ଉପାୟ ସାଂସ୍କୃତିକ ଅନୁଷ୍ଠାନ, (ବରଗଡ,)ନିର୍ଝର ନିର୍ଝର କଲଚରାଲ ଏକାଡେମୀ ,(ଖୋର୍ଦ୍ଧା ),କଳିଙ୍ଗ ଭାରତୀ, (ଯାଜପୁର) , ପ୍ରସନ୍ନକ୍ଷି ,ବ୍ରହ୍ମପୁର ,ପଞ୍ଚମ ଏକାଡେମୀ(ଭୁବନେଶ୍ଵର)କୋଶଳ ଫୋକ୍ ଏକାଡେମୀ(ବଲାଙ୍ଗିର) ଆଦିବାସୀ ସାଂସ୍କୃତିକ ଅନୁଷ୍ଠାନ (ବଲାଙ୍ଗିର) , ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଟ୍ରୁପ୍(ସମ୍ବଲପୁର),ମା ଅମ୍ବିକା କଳା ପରିଷଦ(ବରଗଡ଼) ,ଆନନ୍ଦଧାରା କୋରାପୁଟ,ନୃତ୍ୟପ୍ରତିଭା ଡାନ୍ସ ( ଖୋର୍ଦ୍ଧା),ମା ବୈଦେହି କଳାପରିଷଦ (ପୁରୀ) ସଂସ୍କୃତିଭାରତୀ ( କଟକ)  ଇତ୍ୟାଦି ସାଂସ୍କୃତିକ ଦଳ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଲୋକଙ୍କ ମନ ଆକୃଷ୍ଟ କରୁଥିଲେ ଗ୍ରାମର କଳାକାରମାନଙ୍କ ଦ୍ଵାରା ପ୍ରତିଦିନ ଲକ୍ଷ୍ମୀଲୀଲା ଗୀତିନାଟ୍ୟ ତଥା ଯାତ୍ରା ସ୍ୱପ୍ନମହଲ ର କଳାକାରଙ୍କ ଦ୍ଵାରା ବିଭିନ୍ନ ସାମାଜିକ ନାଟକ ପ୍ରଦର୍ଶିତ ହେଉଥିଲା  l ଭକ୍ତ ମାନଙ୍କୁ ଛପନ ଭୋଗ ବଣ୍ଟନ କରାଯାଇଥିଲା ଏପରିକି ରକ୍ତର ଚାହିଦା ମେଣ୍ଟାଇବା ପାଇଁ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା ମୀନାବଜାର ଏହି ମହୋତ୍ସବର ଅନ୍ୟ ଏକ ଆକର୍ଷଣ ଥିଲା। ଅତିଥିଭାବେ ସ୍ଥାନୀୟ ବିଧାୟକ ସନତ କୁମାର ଗଡତିୟା,ଜିଲ୍ଲାପରିଷଦ ସଭ୍ୟ ସୁଶାନ୍ତ କୁମାର ଗଡତୀୟା, ଡ. ରାଜେଶ ତ୍ରିପାଠୀ ପ୍ରମୁଖ ଯୋଗଦାନକରୀ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ l

Leave A Reply

Your email address will not be published.