ଶାନ୍ତି ମୈତ୍ରୀ ଓ ଏକତା ହିଁ ବିକାଶ ପାଇଁ ଉର୍ଜା ଦିଏ – ନରସିଂହ

0

ବଲାଙ୍ଗିର(ନିରୋଜ ମିଶ୍ର ) ବଲାଙ୍ଗିରର ସର୍ବାଙ୍ଗିନ ବିକାଶ କରିବାକୁ ହେଲେ ସମସ୍ତ ଜାତି ବର୍ଣ୍ଣ ଧର୍ମ ଭିତରେ ଏକତାଭାବ ନିହାତି ଜରୁରି । ସମ୍ବିଧାନ ଦେଶକୁ ଏକ ଧର୍ମ ନିରପକ୍ଷେ ଦେଶ ହିସାବରେ ସ୍ୱିକୃତି ଦେଇଛି ଯାହାକି ଦେଶ ଭିତରେ ରହୁଥିବା ପ୍ରତ୍ୟେକ ଲୋକଙ୍କ ଧର୍ମିୟ ଭାବନା ଉପରେ ସ୍ୱାଧିନତା ଅଛି । ପ୍ରତ୍ୟେକ ପ୍ରତ୍ୟେକଙ୍କ ଧର୍ମକୁ ଆଚରଣ ଏବଂ ଉଚ୍ଚାରଣ ମାଧ୍ୟମରେ ସମ୍ମାନ ଦେବାକୁ ହେବ କିନ୍ତୁ ଦେଶରେ ଆଜି ବାରମ୍ବାର ସମ୍ବିଧାନ ଉପରେ ଆକ୍ରମଣ ହେବାରେ ଲାଗିଛି । ଜାତି, ଧର୍ମ, ବର୍ଣ୍ଣ ଭିତରେ ଗଣ୍ଡଗୋଳ, ବିଦ୍ୱେଶ, ଅସହିଷ୍ଣୁତା ଆଜି ସାରା ଦେଶର ଲୋକଙ୍କ ମନକୁ ଆନ୍ଦୋଳିତ  କରୁଛି । ତଥାପି ମଧ୍ୟ ଆମର ବଲାଙ୍ଗିରରେ ଏହାର ବିପରୀତ, ଶାନ୍ତି, ମୈତ୍ରୀ ଓ ଏକତା ପ୍ରତ୍ୟେକ ଜାତିି ଓ ଧର୍ମ ଭିତରେ ବିରାଜମାନ କରିଛି । ଏହା ହିଁ ଆମମାନଙ୍କୁୁ ଅଞ୍ଚଳର ବିକାଶ ପାଇଁ ଉର୍ଜା ଯୋଗାଇଥାଏ ବୋଲି  ସ୍ଥାନୀୟ ସିଏନ୍ଆଇ ର ସେ ଣ୍ଟ୍ରାଲ ଚର୍ଚ୍ଚ ଠାରେ ନୁଆ ବର୍ଷ ପାଳନ ବର୍ଷରେ ଉପସ୍ଥିତ ଥିବା ଖ୍ରୀଷ୍ଟଧର୍ମର ହଜାର ହଜାର ପୁରୁଷ ମହିଳାଙ୍କୁ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ର ନିଜ ଶୁଭେଚ୍ଛା ବାର୍ତ୍ତାରେ  କହିଛନ୍ତି । ଏହି ଉପାସନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜନତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ସହ ଏହି ବର୍ଷ ଆପଣମାନଙ୍କ ପାଇଁ ଶାନ୍ତି, ମୈତ୍ରୀ ଓ ବିକାଶର ବର୍ଷ ହେଉ ବୋଲି କହିଛନ୍ତି । ସମ୍ବଲପୁର ଧର୍ମାଞ୍ଚଳର ଧର୍ମଯାଜକ ଆଚାର୍ଯ୍ୟ ପିନୁଏଲ ଦିପଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ଆଚାର୍ଯ୍ୟ ଲଳିତ ଦିପ ପାଳକ, ଆଚାର୍ଯ୍ୟ ରୁବେନ ଛତ୍ରିଆ ପାଳକ, ପ୍ରଦିପ ତାଣ୍ଡି ସେଣ୍ଟ୍ରାଲ ଚର୍ଚ୍ଚର ସଂପାଦକ, ଶୈଲେସ ପାଲ କୋଷାଧ୍ୟକ୍ଷ ପ୍ରମୁଖ ମଞ୍ଚାସିନ ଥିଲାବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ଅନ୍ୟତମ ଅତିଥି ଭାବେ ମଞ୍ଚାସିନ ଥିଲେ । ସଭା ପ୍ରାରମ୍ଭରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ବର୍ଷର ଆବାହନ କରାଯାଇଥିଲା ଏବଂ ଆଗାମୀ ବର୍ଷ ଯେପରି ମଙ୍ଗଳମୟ ହେବ ସେ ଦିଗରେ ସେମାନ ଯତ୍ନବାନ ହେବାକୁ ଉପସ୍ଥିତ ଅତିଥିମାନେ ବାର୍ତ୍ତା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅନୁସୂଚିତ ଜାତି ବିଭାଗ ସଭାପତି ତ୍ରିଲୋଚନ ନନ୍ଦ, ସୁଧିର କୁମାର ନାଏକ, ସୋନୁ ନାଗ, ବିଦ୍ୟୁତ ନାଗ, ବୁଲୁ ଦାନି, ବ୍ରଜ ବିହାରୀ ନାଗ, ହେବଲ ବାଗ, ପ୍ରଫେସର ପ୍ରମୋଦ ବାଗଙ୍କ ସମେତ ଖ୍ରୀଷ୍ଟୀୟ ଧର୍ମାନୁଷ୍ଠାନର ଶହସ୍ରାଧିକ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.