ଦକ୍ଷିଣ ଓ ପଶ୍ଚିମାଞ୍ଚଲ ରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ : ମୁହଁ ଖୋଲିଲେ ସରକାର 

0

ଭୁବନେଶ୍ୱର : ଦକ୍ଷିଣ ଓ ପଶ୍ଚିମାଞ୍ଚଲ ରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ପାଇଁ ରାଜ୍ୟସରକାର ପ୍ରତିଶ୍ରୁତିବଦ୍ଧ | ରାଜ୍ୟ ସରକାର ଏ ଦିଗରେ ଉଦ୍ୟମ କରି ଆସିଛନ୍ତି | କେନ୍ଦ୍ର ସରକାର ଓ ହାଇକୋର୍ଟଙ୍କୁ ମଧ୍ୟ ଏ ସମ୍ପର୍କରେ ରାଜ୍ୟ ସରକାର ଅନୁରୋଧ କରିବା ସହ  ସବୁ ପ୍ରକାର ଭିତ୍ତିଭୂମି ଓ  ମାନବ ସମ୍ବଳ ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଜଣାଇସାରିଛନ୍ତି | ହେଲେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି କେନ୍ଦ୍ର ସରକାର ଓ ସାଂସଦଙ୍କ ଉପରେ ନିଭର କରୁଛି | ହେଲେ ଏହାକୁ ନେଇ ଦକ୍ଷିଣ ଓ ପଶ୍ଚିମାଞ୍ଚଲ ରେ କିଛି ସଂଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଆଦରି ନେଇଛନ୍ତି | ଯେହେତୁ ରାଜ୍ୟ ସରକାର ଦକ୍ଷିଣ ଓ ପଶ୍ଚିମାଞ୍ଚଲ ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସହମତି ଦେଇଛନ୍ତି ତେଣୁ ଆଂଦୋଳନ ରତ ସଂଗଠନ ପି ବ୍ୟକ୍ତିବିଶେଷ ଏହି ଆନ୍ଦୋଳନାତ୍ମକ ପନ୍ଥାରୁ ବିରତ ରହିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ବୋଲି ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ଜାରି ଏକ ଅନୁରୋଧନାମା ରେ କୁହଯାଇଛି |

Leave A Reply

Your email address will not be published.