ସରସ୍ଵତୀ ଶିଶୁ ବିଦ୍ୟା ଭବନର ୨୮ ତମ ବାର୍ଷିକ କ୍ରୀଡା ଉଦଯାପିତ

3


ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସରସ୍ଵତୀ ଶିଶୁ ବିଦ୍ୟା ଭବନ,ବେଲଗୁଣ୍ଠା ର ୨୮ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ସ୍ଥାନୀୟ ବ୍ଲକ ପଡ଼ିଆରେ ମହା ସମାରୋହରେ ପାଳିତ ହୋଇଯାଇଛି।ପ୍ରଥମ ଦିବସ ରେ ଅବସର ପ୍ରାପ୍ତ ବନ ବିଭାଗ କର୍ମଚାରୀ ଶୁଳପାଣି ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାରୀରିକ ଶିକ୍ଷାର ଆବଶ୍ୟକତା ଉପରେ ପିଲାଙ୍କୁ ଉଦବୋଧନ ଦେଇ କ୍ରୀଡା ଉତ୍ସବ ଉଦଘାଟନ କରିଥିଲେ।ମୁଖ୍ୟ ବକ୍ତା ଭାବେ ଆର୍ମୀ ବିଭାଗ କ୍ୟାପଟେନ ମହେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ କ୍ରୀଡା ଓ ବ୍ୟାୟାମର ଉପକାରିତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ।ଅନୁଷ୍ଠାନ ର ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହି ଯୋଗ ବ୍ୟାୟାମ ର ଡ୍ରିଲ୍ କରାଇଥିଲେ।ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ଅତିଥି ମାନଙ୍କୁ ସ୍ଵାଗତ ଓ ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରୋଟାରୀ କ୍ଳବ୍ ପୂର୍ବତନ ସଭାପତି ତଥା ବିଶିଷ୍ଟ ସମାଜସେବୀ ଭି ଦେବୀପ୍ରସାଦ ପାତ୍ର ଓ ଯୁବ ସାମ୍ବାଦିକ ନାରାୟଣ ପଣ୍ଡା ଯୋଗ ଦେଇ ପିଲାମାନଙ୍କୁ ଶିକ୍ଷା ସହିତ କ୍ରୀଡାର ଆବଶ୍ୟକତା ଉପରେ ବିଭିନ୍ନ ଉଦାହରଣ ଦେଇଥିଲେ। ଗଣେଶ ଗୁରୁଜୀ ଙ୍କ ତତ୍ତ୍ଵବଧାନରେ ନବମ ଓ ଦଶମ ଶ୍ରେଣୀର ବାଳକ ମାନେ ନୃସିଂହ ମନ୍ଦିର ଠାରୁ ମଶାଲ ଯାତ୍ରା ରେ ଆସିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ବିଭାଗରେ ଖେଳ କରାଯାଇଥିଲା। ସାନ ପିଲାଙ୍କ ବେଙ୍ଗ ଦୌଡ଼,ବେଲୁନ ଫୁଙ୍କା, ବାଟି ସଂଗ୍ରହ,ବଡ଼ ପିଲାଙ୍କ ୨୦୦ ମିଟର ଦୌଡ,୧୦୦ ମିଟର ଦୌଡ,ବାଟି ଚାମଚ,ସଙ୍ଗୀତ ଚୌକି, ଅଖା ଦୌଡ, ଅଙ୍କ ଦୌଡ,ଧୀର ସାଇକେଲ ଚାଳନା,ଲମ୍ବା ଡିଆଁ, ଉଚ୍ଚା ଡିଆଁ,ଆଦି ଖେଳ କରାଯାଇଥିଲା। ସିନିୟର୍ ଗ୍ରୁପ୍ ର ନବମ ଶ୍ରେଣୀ ଛାତ୍ର ଶ୍ରୀମାନ ଶୁଭ୍ରାଂଶୁ ଶେଖର ଗୌଡ଼ ଚାମ୍ପିଅନ ହୋଇଥିଲେ।ଅନୁଷ୍ଠାନ ର ଗୁରୁମା ମାନେ ମାମାଜିନି,ସୁମିତ୍ରା,ଅମ୍ବିକା, ଆଶା,ଅଲିଭା,ଶୋଭା,ସରିତା, ମିନି,ଶିବାନୀ ଓ ଗୁରୁଜୀ ପ୍ରମୋଦ,କୁମାରେଶ୍ୱର, ଗଣେଶ, ମନୋଜ,ସନ୍ତୋଷ, ପୂର୍ଣ୍ଣଚନ୍ଦ୍ର ଓ ଅନ୍ୟ ସମସ୍ତ ଗୁରୂମା,ଗୁରୁଜୀ କାର୍ଯ୍ୟକ୍ରମ ସଫଳରେ ସହାୟକ ହୋଇଥିଲେ।

Leave A Reply

Your email address will not be published.