ସଂକୁଳ ସ୍ତରୀୟ କ୍ରୀଡା ଉଦଯାପିତ

3

ଅସ୍ତରଙ୍ଗ ୧୫ /୧୨(ଦୁଃଶାସନ ନାୟକ ) :ଆଜି ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ଶିଶୁ ବିଦ୍ୟାମନ୍ଦିର ଅସ୍ତରଙ୍ଗ ଆୟୋଜିତରେ ଭଣ୍ଡରପଦା କ୍ରୀଡା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କାକଟପୁର ସଂକୁଳ ର ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମାଣିକ , ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ତନ୍ମୟ କୁମାର ପାତ୍ର, ସଂମ୍ମାନିତ ଅତିଥି ଭାବେ ଅସ୍ତରଙ୍ଗ ଶିଶୁ ବିଦ୍ୟମାନ୍ଦିର ର ସଭାପତି ଶ୍ରୀଯୁକ୍ତ ରମାନାଥ ପରିଡା ଯୋଗଦେଇଥିଲେ । ଏହି କ୍ରୀଡା ଉତ୍ସବରେ କାକଟପୁର ସଂକୁଳର ୬ ଗୋଟି ବିଦ୍ୟାଳୟ ଯଥା -ଅସ୍ତରଙ୍ଗ, କାକଟପୁର, ଯୋଗେଶ୍ୱର ପୁର, ବାଲିଦୋକାନ, ଆମପଡା ଓ ଓଥକା ର ୧୪୨ ଜଣ କ୍ରୀଡ଼ାବିତ୍ ୫୨ ବିଭାଗରେ ଭାଗନେଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ଦୁଷ୍ମନ୍ତ କୁମାର ପରିଡା ଯୋଗଦେଇ ଶ୍ରେଷ୍ଠ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ସଂକୁଳର ସମସ୍ତ ପ୍ରଧାନ ଗୁରୁଜୀ ଏହି ଉତ୍ସବ ରେ ଯୋଗଦେଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦିବାକର ଗୁରୁଜୀ, ସନ୍ତୋଷ ଗୁରୁଜୀ, ରବିଗୁରୁଜୀ, ଯୋଗୀ ଗୁରୁଜୀ, ଶଶୀ ଗୁରୁଜୀ , ମିନା ଗୁରୁମା, ସନ୍ଧ୍ୟା ଗୁରୁମା ଓ ମମତା ଗୁରୁମା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ପ୍ରଦୀପ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.